ଶ୍ରୀମନ୍ଦିର ସୁରକ୍ଷାକୁ ଚାଲେଞ୍ଜ, ପୁଣି ନୀଳଚକ୍ର ଉପରେ ଉଡ଼ିଲା ଦୁଇଟି ଡ୍ରୋନ

ଶ୍ରୀମନ୍ଦିର-ସୁରକ୍ଷାକୁ-ଚାଲେଞ୍ଜ,-ପୁଣି-ନୀଳଚକ୍ର-ଉପରେ-ଉଡ଼ିଲା-ଦୁଇଟି-ଡ୍ରୋନ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚାଲେଞ୍ଜ। ରତ୍ନ ଅଳଙ୍କାର ଗଣତି ମଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି ଚାଲେଞ୍ଜ। ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଗୋଟିଏ ନୁହେଁ ଦୁଇଟି ଡ୍ରୋନ୍ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଛି। ନ୍ୟୁଜ7 କ୍ୟାମେରାରେ ଏକ୍ସକ୍ଲ୍ୟୁସିଭ ଭିଜୁଆଲ କଏଦ। ବଡ କଥା ଏହି ସମୟରେ ପତିତପାବନ ବାନା ପରିବର୍ତ୍ତନ କରାଯାଉଥିଲା। ବେଧଡ଼କ ଦୁଇଟି ଡ୍ରୋନ ଉଡ଼ୁଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ମୁତୟନ ପୋଲିସ ଅଧିକାରୀ ଓ କର୍ମଚାରୀ ଅସହାୟ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଏହା ପୂର୍ବରୁ ଫେବୃଆରୀ ୨୨ରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା। ଏମିତି ଘଟଣା ବାରମ୍ବାର ଘଟୁଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସକ ଚେତୁ ନ ଥିବା ପରି ମନେ ହେଉଛି। ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ପୂର୍ବରୁ ବୈଠକ ବସିଥିଲା। ସରକାର ବାରମ୍ବାର ସଫେଇ ଦେଇ ଆସିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସତ୍ତ୍ଵେ ବି ଡ୍ରୋନ ଉଡ଼ିବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ଯିଏ ବି ଏମିତି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବାର ଦୁଃସାହାସ କରୁଛି ତା ବିରୋଧରେ ଅତୀତରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି।

Also Read: ଗହଣା ପ୍ରିୟ ଠାକୁରଙ୍କ ଭଣ୍ଡାରରେ ଅଛି ପୁଳା ପୁଳା ସୁନା ରୂପା, ଜାଣନ୍ତୁ କେତେ ?​​​​​​​

ଅନ୍ୟପଟେ ଗତ କିଛି ଦିନ ହେବ ଲଗାତାର ଶ୍ରୀମନ୍ଦିରର ନୀଳଚକ୍ରରେ ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅନେକ ମତ ପ୍ରକାଶ ମଧ୍ୟ ପାଇଛି। ନୀଳଚକ୍ରରେ ଚିଲ ବସିବା ବାସ୍ତବରେ ବିପଦର ସଙ୍କେତ ତାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ଡ୍ରୋନ ଉଡ଼ିବା ଶ୍ରୀମନ୍ଦିରର ପ୍ରଶାସନକୁ କାର୍ଯ୍ୟଶୈଳୀ ପ୍ରତି ପ୍ରତି ପ୍ରଶ୍ନ ଉଠିଛି।

Scroll to Top