Subhamitra murder case: ରାଜଧାନୀର ଲେଡି କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟା ମାମଲା; ବିସ୍ତୃତ ଗୁମର ଖୋଲିବ କମିଶନରେଟ୍ ପୋଲିସ

subhamitra-murder-case:-ରାଜଧାନୀର-ଲେଡି-କନଷ୍ଟେବଳ-ଶୁଭମିତ୍ରାଙ୍କ-ହତ୍ୟା-ମାମଲା;-ବିସ୍ତୃତ-ଗୁମର-ଖୋଲିବ-କମିଶନରେଟ୍-ପୋଲିସ

ଆଜି କମିଶନରେଟ୍ ପୋଲିସ ପକ୍ଷରୁ ହେବ ସାମ୍ବାଦିକ ସମ୍ମିଳନୀ। ଏଥିରେ ଖୋଲିବ ଅଭିଯୁକ୍ତ ଦୀପକ ରାଉତର ଅପରାଧ ପୃଷ୍ଠଭୂମି।

Chinmayee Sahoo

  • Published: Thursday, 18 September 2025
  • Last updated: 18 September 2025, 09:33 AM IST

murderCredit: OTV

ହତ୍ୟା

ରାଜଧାନୀର ଲେଡି କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟା ରହସ୍ୟ ପଛର ବିସ୍ତୃତ ଗୁମର ଖୋଲିବ କମିଶନରେଟ୍ ପୋଲିସ। ଆଜି କମିଶନରେଟ୍ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ। ଅଭିଯୁକ୍ତ ଦୀପକ ରାଉତ ଓ ତା ଅପରାଧ ପୃଷ୍ଠଭୂମି ସମ୍ପର୍କରେ ବିସ୍ତୃତ ସୂଚନା ଦେବ ପୋଲିସ। ସେପଟେ ଗତକାଲି କେନ୍ଦୁଝର ଘଟଗାଁ ଅଞ୍ଚଳରୁ ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର ପରି ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ଏସବୁ ଭିତରେ ଭଉଣୀ ଶୁଭମିତ୍ରାର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି ଶୁଭମିତ୍ରାଙ୍କ ଭାଇ। ଘଟଣାରେ ଯେଉଁ ମାନେ ବି ଷଡ଼ଯନ୍ତ୍ର କରିଛନ୍ତି, ସମସ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଗାଁ ଅଞ୍ଚଳରୁ ଗତକାଲି ମୃତଦେହ ଉଦ୍ଧାର ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଥିଲା। ଶୁଭମିତ୍ରା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ଓ ତା’ର ସମ୍ପର୍କୀୟ ଭାଇକୁ ଗିରଫ କରିଛି କମିଶନରେଟ ପୋଲିସ। ଘଟଣାର ଆଉ ଜଣେ ବ୍ୟକ୍ତି ମଧ୍ୟ ଅଟକ ଅଛନ୍ତି।

Also Read

ଓଟିଭି ବିଜ୍ଞାପନ

Scroll to Top