Specially-abled Woman Gangraped: ନର ରାକ୍ଷାସଙ୍କ କବଳରୁ ବର୍ତ୍ତିବା ପାଇଁ ସଂଘର୍ଷ ପରେ ବି ରକ୍ଷା ପାଇଲେନି ଯୁବତୀ, ସାମନାକୁ ଆସିଲା ହୃଦୟବିଦାରକ ଦୃଶ୍ୟ

specially-abled-woman-gangraped:-ନର-ରାକ୍ଷାସଙ୍କ-କବଳରୁ-ବର୍ତ୍ତିବା-ପାଇଁ-ସଂଘର୍ଷ-ପରେ-ବି-ରକ୍ଷା-ପାଇଲେନି-ଯୁବତୀ,-ସାମନାକୁ-ଆସିଲା-ହୃଦୟବିଦାରକ-ଦୃଶ୍ୟ

ଉତ୍ତରପ୍ରଦେଶର ବଲରାମପୁରରେ ଜଣେ ମୂକ-ବଧିର ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୀଡିତାଙ୍କୁ ଅଚେତ୍ ଅବସ୍ଥାରେ ଏକ ବୁଦା ମୂଳରୁ ଉଦ୍ଧାର କରାଯାଇଛି। ସିସିଟିଭି ଫୁଟେଜରେ ନିଜକୁ ବଞ୍ଚାଇବା ପାଇଁ ଜୀବନ ବିକଳରେ ଦୌଡୁଥିବାର ଦୃଶ୍ୟ ରେକର୍ଡ ହୋଇଛି।

ଉତ୍ତରପ୍ରଦେଶର ବଲରାମପୁର ଜିଲ୍ଲାରେ ଜଣେ ମୂକ-ବଧିର ଦିବ୍ୟାଙ୍ଗ ଯୁବତୀ(୨୧) ଙ୍କ ସହ ଗଣଦୁଷ୍କର୍ମର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଦେହାତ କୋତୱାଲି ଅଞ୍ଚଳର ବହାଦୁରପୁର ପୁଲିସ ଚୌକିଠାରୁ ମାତ୍ର ୨୦ ମିଟର ଦୂରରେ ଏହି ଘଟଣା ଘଟିଛି। ଘଟଣା ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଯୁବତୀ ଅଭିଯୁକ୍ତମାନଙ୍କଠାରୁ ବଞ୍ଚିବା ପାଇଁ ରାସ୍ତାରେ ଦୌଡୁଥିବା ଦେଖାଯାଇଛି, ଆଉ ତାଙ୍କ ପଛରେ ୫-୬ ଜଣ ବାଇକ ଆରୋହୀ ତାଙ୍କୁ ଗୋଡାଉଥିବା ଦେଖାଯାଇଛି। ଏହି ପୂରା ଘଟଣାକ୍ରମ ଡିଏମ୍ ଓ ଏସପି ଆବାସ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

ସୂଚନା ଅନୁଯାୟୀ, ପୀଡିତା ଦେହାତ କୋତୱାଲି ଅଞ୍ଚଳର ବାସିନ୍ଦା। ସୋମବାର ସକାଳେ ସେ ତାଙ୍କ ମାମୁଙ୍କ ଘରକୁ ଯାଇଥିଲେ, ଯାହା ତାଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ଘରକୁ ଫେରିବା ପାଇଁ ବାହାରିଥିଲେ, କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ଘରେ ପହଞ୍ଚି ନଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ଏବଂ ତାଙ୍କ ମାମୁଙ୍କୁ ଫୋନ କରି ଜାଣିବାକୁ ପାଇଲେ ଯେ ସେ ବହୁ ସମୟ ପୂର୍ବରୁ ବାହାରି ଯାଇଛନ୍ତି। ସନ୍ଧ୍ୟା ପ୍ରାୟ ୮:୩୦ ବେଳେ ସେ ବହାଦୁରପୁର ପୁଲିସ ଚୌକିଠାରୁ ୨୦ ମିଟର ଦୂରରେ ଏକ ନିଛାଟିଆ ସ୍ଥାନରେ ଏକ ବୁଦା ମୂଳେ ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କ ପୋଷାକ ମଧ୍ୟ ଚିରି ଯାଇଥିଲା।

ପୁଲିସ ତୁରନ୍ତ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ସେଠାରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଥିବା ପରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡିଥିଲା। ପୀଡିତାଙ୍କ ହୋସ୍ ଆସିବା ପରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ସ୍ବୀକାର କରିଥିଲେ। ପୀଡିତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ପରିବାର ଲୋକେ ପୁଲିସ ଉପରେ ଅବହେଳାର ଅଭିଯୋଗ ଲଗାଇଛନ୍ତି। ସେମାନେ କହିଛନ୍ତି ଯେ ଘଟଣା ଡିଏମ ଏବଂ ଏସପି ଆବାସଠାରୁ ମାତ୍ର ଏକ କିଲୋମିଟର ଭିତରେ ଘଟିଛି। ସେଠାରେ ୨୪ ଘଣ୍ଟା ପୁଲିସକର୍ମୀଙ୍କ ଡ୍ୟୁଟି ରହିଥାଏ। ତଥାପି ଅଭିଯୁକ୍ତମାନଙ୍କୁ କେହି ଧରି ପାରିଲେ ନାହିଁ। ତଦନ୍ତ ବେଳେ ବହାଦୁରପୁର ପୁଲିସ ଚୌକିର ସିସିଟିଭି କ୍ୟାମେରାଗୁଡିକ ମଧ୍ୟ ଖରାପ ଥିବା ଜଣାପଡିଛି।

Also Read

ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ପୀଡିତା ନାରଙ୍ଗୀ ରଙ୍ଗର ସୁଟ ପିନ୍ଧି ରାସ୍ତାରେ ଦୌଡୁଥିଲେ, ଆଉ ତାଙ୍କ ପଛରେ ୫-୬ ଜଣ ବାଇକ ଆରୋହୀ ତାଙ୍କୁ ଗୋଡାଉଥିଲେ। କିଛି ବାଇକ ଦ୍ରୁତ ଗତିରେ ଚାଲିଯାଇଥିଲା, ଆଉ ଗୋଟିଏ ବାଇକରେ ଦୁଇ ଜଣ ବସିଥିବା ଲୋକ ପୀଡିତାଙ୍କ ପଛରେ ଧୀରେ ଧୀରେ ଚାଲୁଥିଲେ। ଅନ୍ୟ ଏକ ବାଇକ ପଛକୁ ଚାଲି ଯାଇଥିଲା।

ଦେହାତ କୋତୱାଲିର ପ୍ରଭାରୀ ବି.ଏନ. ସିଂହ କହିଛନ୍ତି ଯେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଟିମ ଗଠନ କରାଯାଇଛି। ପୀଡିତା ଏବେ ଭୟଭୀତ ଅଛନ୍ତି ଏବଂ ଅଧିକ ବୟାନ ଦେଇ ପାରୁ ନାହାନ୍ତି। ତାଙ୍କ ଅବସ୍ଥା ସାଧାରଣ ହେବା ପରେ ବୟାନ ରେକର୍ଡ କରାଯିବ।

ଅଧିକ ପଢ଼ନ୍ତୁ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୬ ସଦସ୍ୟ ଗିରଫ, ରାଜସ୍ଥାନରୁ ଧରାହେବା ପରେ ନିଆଗଲା ପଞ୍ଜାବ

ଓଟିଭି ହ୍ଵାଟ୍ସଅପ

Scroll to Top