Sofia Firdous: ସସ୍‌ପେଣ୍ଡ ବୋଲି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନି, କିନ୍ତୁ ମୁଁ ଦଳରେ ଅଛି, ଆଉ ଆଗକୁ ରହିବି..

sofia-firdous:-ସସ୍‌ପେଣ୍ଡ-ବୋଲି-ଦଳୀୟ-କାର୍ଯ୍ୟକ୍ରମରେ-ଯୋଗ-ଦେଉନି,-କିନ୍ତୁ-ମୁଁ-ଦଳରେ-ଅଛି,-ଆଉ-ଆଗକୁ-ରହିବି.

କଟକ ୧୬।୪: ଓଡ଼ିଶା ଜନତା କଂଗ୍ରେସ ସମାବେଶରେ ଯୋଗଦେବା ଲାଗି ନିମନ୍ତ୍ରଣ ମିଳିଥିଲା, ତେଣୁ ସମାବେଶରେ ଯୋଗଦେଲି । ଏଭଳି କହିଛନ୍ତି କଂଗ୍ରେସ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଭୁବନେଶ୍ୱରରେ ବିଶାଳ ସମାବେଶର ଆୟୋଜନ କରିଥିଲା ଓଡ଼ିଶା ଜନତା କଂଗ୍ରେସ । ଯେଉଁଥିରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଯୋଗଦେବା ପରେ କଂଗ୍ରେସ ତରଫରୁ ପ୍ରେସ୍ ବିବୃତି ଜାରି ହୋଇଛି । ଯାହାର ସାରାଂଶ ହେଲା, ଏଣିକି ସୋଫିଆଙ୍କୁ ବହିଷ୍କାର କରିବାରେ ସମସ୍ୟା ନାହିଁ ।

ରାଜ୍ୟରେ ମୁଣ୍ଡ ଟେକିଲା ଆଉ ଏକ ଆଞ୍ଚଳିକ ଦଳ ।  ଓଡ଼ିଶା ଜନତା କଂଗ୍ରେସର ଲୋକାର୍ପଣ କଲେ ମହମ୍ମଦ ମୋକିମ୍ ।  ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ କଲେ ବିଶାଳ କାର୍ଯ୍ୟକ୍ରମ । ୩୦ ଜିଲ୍ଲାରୁ ସମର୍ଥକଙ୍କୁ କଲେ ସାମିଲ । ଆଉ ମଞ୍ଚରୁ କଲେ ଟାର୍ଗେଟ୍ ।  ସରକାର ଏବଂ ବିରୋଧୀଙ୍କୁ ଆକ୍ଷେପ କଲେ । ବିଗତ ସରକାରରେ ବାହାର ରାଜ୍ୟର ପୁଞ୍ଜିପତି ଓଡ଼ିଶାକୁ ଶୋଷଣ କରୁଥିଲେ, ଏବେ ବି କରୁଛନ୍ତି ।  ସେ ସରକାର ଏବଂ ବର୍ତ୍ତମାନ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଆଉ ବିଜେଡିର B ଟିମ୍ ଭାବେ କାମ କରୁଛି କଂଗ୍ରେସ । ନୂଆ ଓଡ଼ିଶା ଗଠନ ହେବ, ଯୁବପୀଢ଼ି ନେବେ ନେତୃତ୍ବ । ଓଡିଶା ଜନତା କଂଗ୍ରସରେ ସବୁ ଧର୍ମକୁ ଗୁରୁତ୍ବ ମିଳିବ ବୋଲି କହିଥିଲେ ମୋକିମ୍ ।

Also Read:- Office timing issue in GOP block: ସକାଳୁଆ ଅଫିସ୍ କିନ୍ତୁ ବିଳମ୍ବରେ ଆସୁଛନ୍ତି ବାବୁ-ବାବୁଆଣୀ, ସମସ୍ୟାରେ ସାଧାରଣ ଲୋକ

ମୋକିମ୍‌ଙ୍କ ନୂଆ ଦଳ ଗଠନ ସଭାରେ ଏକମାତ୍ର ବିଧାୟକ ଭାବେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ଦେଖିବାକୁ ମିଳିଥିଲା । ମୋକିମ୍ ବି ସୋଫିଆଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ । ଆଉ ସୋଫିଆ, ମଞ୍ଚତଳେ ବସିଥିବା ବେଳେ ଉପରକୁ ଯାଇ ଦୁଇପଦ ସମ୍ବୋଧନ ମଧ୍ୟ କରିଥିଲେ । ବାପା ନୂଆ ଦଳ ଗଠନ କରୁଛନ୍ତି, ଝିଅ ହିସାବରେ ଆସିବାରେ ଅସୁବିଧା କାହିଁକି ହେବ ବୋଲି ସେ ପ୍ରଶ୍ନ କରିଥିଲେ । ସମୟ ଆସିଲେ ଭବିଷ୍ୟତ ନିଷ୍ପତ୍ତି ନେବି ବୋଲି କହିଥିଲେ ସୋଫିଆ ।

ତେବେ ଏ ସମସ୍ତ ପ୍ରସଙ୍ଗରେ କ’ଣ କହୁଛନ୍ତି ସୋଫିଆ ଶୁଣନ୍ତୁ…​​​​​​​

Scroll to Top