Raja Sahani: ବହୁ କାହାଣୀ, ରାଜା ସାହାଣୀ: ରିମାଣ୍ଡରେ ଖୋଲିଲା ଅନେକ ଗୁମର

raja-sahani:-ବହୁ-କାହାଣୀ,-ରାଜା-ସାହାଣୀ:-ରିମାଣ୍ଡରେ-ଖୋଲିଲା-ଅନେକ-ଗୁମର

ଚୌଦ୍ୱାର: ସରିଲା ରାଜା ସାହାଣୀର ରିମାଣ୍ଡ ଅବଧି । ଚୌଦ୍ୱାର ଜେଲରୁ ଫେରାର ହୋଇ ପରେ ଗିରଫ ହୋଇଥିବା ରାଜା ସାହାଣୀର ରିମାଣ୍ଡ ଶେଷ ହୋଇଛି । ୭ ଦିନ ରିମାଣ୍ଡରେ ଯିବାକୁ କଟକ ଜେଏମ୍‌ଏଫ୍‌ସି କୋର୍ଟ କର୍ଣ୍ଣାଟକ ପୋଲିସକୁ ଅନୁମତି ପ୍ରଦାନ କରିଥିଲେ । କଡ଼ା ସୁରକ୍ଷାରେ କର୍ଣ୍ଣାଟକ ପୋଲିସ୍ କଟକ ଆଣି ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା । ସେପଟେ ଅବଧି ସରି ଯାଇଥିବାରୁ ପୁଣି ଜେଲକୁ ଫେରାଇଛି କର୍ଣ୍ଣାଟକ ପୋଲିସ । 

Also Read…Ratna Bhandar Counting: ଦୁଇଦିନର ବିରତି ପରେ ଆଜି ଗଣନା, ଭିତର କାଠ ନିକଟରୁ ଦର୍ଶନ ବନ୍ଦ

ରାଜାକୁ ନିଜ ରାଜ୍ୟକୁ ନେଇ କର୍ଣ୍ଣାଟକ ପୋଲିସ ଜେରା କରିଛି । ଚୌଦ୍ବାର ଜେଲ୍‌ରୁ ଫେରାର ହେବା ପରେ ମହୀଶୂରରେ ଏକ ଗହଣା ସୋରୁମରୁ  ୨୦ କୋଟିର ଗହଣା ଡକାୟତି ମାମଲାରେ ରାଜା ସାହାଣୀ ସଂପୃକ୍ତ ରହିଥିଲା । ଅଧିକ ପଚରା ଉଚରା କରି କର୍ଣ୍ଣାଟକ ପୁଲିସ ତାଠାରୁ ଡକାୟତି ଲିଙ୍କ୍ ଗୁମର ଖୋଲିଥବ । ଖାଲି ସେତିକି ନୁହେଁ  ରାଜା ସାହାଣୀ ଠାରୁ ପୂରା କ୍ରାଇମ ସିଣ୍ଡିକେଟ ପଛରେ କେଉଁମାନେ ସବୁ ଅଛନ୍ତି, ସେନେଇ ଅଧିକ ତଥ୍ୟ କାଢ଼ି ଥାଇପାରେ କର୍ଣ୍ଣାଟକ ପୋଲିସ । ତେବେ ଜେଲକୁ ଫେରିଥିବା ରାଜାକୁ ଆଗାମୀ ଦିନରେ କମିଶନରେଟ ପୋଲିସ ହୁଏତ ରିମାଣ୍ଡରେ ନେଇପାରେ ବୋଲି ଅନୁମାନ କରାଯାଉଛି । 

Scroll to Top