S

s

ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏବେ ସାପ କାମୁଡ଼ାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳୁଛି। ଏହାକୁ ୧୦ ଲକ୍ଷକୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image

SNAKE

SNAKE Photograph: (OTV)

ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏବେ ସାପ କାମୁଡ଼ାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳୁଛି। ଏହାକୁ ୧୦ ଲକ୍ଷକୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କ୍ଷତିପୂରଣ ରାଶି କେନ୍ଦ୍ର ସରକାର ନିର୍ଦ୍ଧାରିତ କରିଥାନ୍ତି। 

ଏସମ୍ପର୍କିତ ଅର୍ଥ ରାଶି ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟ ଏକ ନିଦ୍ଧିଷ୍ଟ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ଏବେ କ୍ଷତିପୂରଣ ରାଶି ବୃଦ୍ଧି ନେଇ ରାସ୍ତା ଖୋଲିଲା ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ବଜ୍ରାଘାତ ଓ ପାଣିରେ ବୁଡ଼ି ମୃତ୍ୟୁ ପାଇଁ ମଧ୍ୟ ସମାନ କ୍ଷତିପୂରଣ ମିଳିବ। ଗତ ଦୁଇ ବର୍ଷରେ ରାଜ୍ୟରେ ୧୮ ଶହ ଲୋକଙ୍କ ସାପ କାମୁଡାରେ ଜୀବନ ଯାଇଛି। ବାଲେଶ୍ବର, କଟକ ଓ ଗଂଜାମ ଜିଲ୍ଲାରେ ଏହି ସଂଖ୍ୟା ଅଧିକ। …

ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି 
୪ ଲକ୍ଷରୁ ୧୦ ଲକ୍ଷ ହୋଇପାରେ କ୍ଷତିପୂରଣ ରାଶି 
ନିର୍ଦ୍ଦିଷ୍ଟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଖୋଲିଲା ବାଟ 

Scroll to Top