S

s

ଖୋଲିବ ପୋଲିସ SI ପରୀକ୍ଷା କେଳେଙ୍କାରୀର ଗୁମର। ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କ ବିଧିବଦ୍ଧ ବିଜ୍ଞପ୍ତି। ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ୍ ଜେନେରାଲ।

author-image

SI-Recruitment

SI-Recruitment Photograph: (OTV)

ପୋଲିସ ଏସଆଇ ପରୀକ୍ଷା କେଳାଙ୍କାରୀର ସିବିିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି। ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ପ୍ରକାଶିତ ବିଜ୍ଞପ୍ତି ସମ୍ପର୍କରେ ଅବଗତ ହେବାପରେ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। 
ଏହି ମାମଲା ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ସିବିଆଇ ତଦନ୍ତ ଦାବିରେ ଆଇନଜୀବୀ ଶିବଶଙ୍କର ମହାନ୍ତି ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ପରୀକ୍ଷା ପୂର୍ବରୁ ବଡ଼ ଧରଣର ଜାଲିଆତି ସମ୍ପର୍କରେ ସୂଚନା ପାଇ କ୍ରାଇମବ୍ରାଞ୍ଚ, ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ଏବେ ସୁଦ୍ଧା ୧୨୩ ଜଣଙ୍କୁ ଗିରଫ କରାଯାଇ ସାରିଛି। 
ଜାଲିଆତିରେ ଆନ୍ତଃ ରାଜ୍ୟ ଗ୍ୟାଙ୍ଗର ସଂପୃକ୍ତି ସଂଦେହ ସହ ପରୀକ୍ଷା ପରିଚାଳନା କରୁଥିବା ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଓପିଆରବି କର୍ମଚାରୀଙ୍କ ଭୂମିକାକୁ ନେଇ ବି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚର ଜଣେ ଡିଏସପି କରୁଥିବା ବେଳେ ଓପିଆରବି ଅଧ୍ୟକ୍ଷ ଥିବା ଜଣେ ବରିଷ୍ଠ ଆଇପିଏସଙ୍କୁ ସେ କିପରି ନିରପେକ୍ଷ ଜେରା କରିବେ ସେ ନେଇ ସନ୍ଦେହ ପ୍ରକାଶ କରିଥିଲେ ଆବେଦନକାରୀ।

Scroll to Top