S

s

ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ ୩ ପରୀକ୍ଷାର୍ଥୀଙ୍କ ସମେତ ୪ ଜଣଙ୍କୁ CBIର ଜେରା। ସମନ ପରେ ହାଜର ହେବାରୁ CBIର ମାରାଥନ୍ ଜେରା। ପୂର୍ବରୁ ଏହି ୩ ପରୀକ୍ଷାର୍ଥୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

author-image

SI Exam Scam

SI Exam Scam Photograph: (OTV)

ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ ସିବିଆଇ ଖୋଳତାଡ଼। ୪ ଜଣଙ୍କୁ ସିବିଆଇ ଅଧିକାରୀଙ୍କ ମାରାଥନ୍ ଜେରା। ୪ ଜଣଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ପରୀକ୍ଷାର୍ଥୀ। ପାଖାପାଖି ସାଢେ ୮ ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଥିଲେ ଜେରାର ସମ୍ମୁଖୀନ ହୋଇଥିବା ପରୀକ୍ଷାର୍ଥୀ। ତେବେ ଆଉ ଜଣେ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ। 
ମୋଟ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ୪ ଜଣଙ୍କୁ ଜେରା କରାଯାଇଛି। ରାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ୪ ଜଣ ହାଜର ହୋଇଥିଲେ। 
ଆଜି ଅନ୍ୟମାନେ ସିବିଆଇରେ ହାଜର ହେବେ ବୋଲି ଜଣାପଡିଛି। CBIରେ ହାଜର ହୋଇଥିବା ପରୀକ୍ଷାର୍ଥୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲେ।

Scroll to Top