Revenue Minister Suresh Pujari: ଆନ୍ଦୋଳନରୁ ନଓହରିଲେ ଆବଶ୍ୟକ ପଦକ୍ଷେପ ନେବେ ସରକାର: ରାଜସ୍ବ ମନ୍ତ୍ରୀ

revenue-minister-suresh-pujari:-ଆନ୍ଦୋଳନରୁ-ନଓହରିଲେ-ଆବଶ୍ୟକ-ପଦକ୍ଷେପ-ନେବେ-ସରକାର:-ରାଜସ୍ବ-ମନ୍ତ୍ରୀ

ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ଅମଲା ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି ରାଜସ୍ବ ମନ୍ତ୍ରୀ। ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ବୋଲି କହିଛନ୍ତି ମନ୍ତ୍ରୀ।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 01:47 PM IST

Amala SanghaCredit: OTV

ଅମଲା ସଙ୍ଘ

ଅମଲା ସଙ୍ଘର ସମୂହ ଛୁଟିରୁ ଓହରିବାକୁ ରାଜସ୍ବମନ୍ତ୍ରୀଙ୍କ ନିବେଦନ। ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକ ପଦକ୍ଷେପ ନେବେ ସରକାର । କାମ ନ ହେଲେ ଦରମା ବନ୍ଦ । ବସିକି ସମାଧାନ କଲେ ସମାଧାନ ବାହାରିବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । କ୍ୟାଡର ପୁନଗଠନ କଥା ରାଜସ୍ବ ବିଭାଗ ଅଧୀନ ନୁହେଁ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପାଖକୁ ପଠାଯାଇଛି । ଅପେକ୍ଷା ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଜିଲ୍ଲାପାଳଙ୍କୁ ନିର୍ଦେଶ ଯାଇଛି ଛୁଟି ବାତିଲ ହେବ । ଛୁଟି ମଞ୍ଜୁର ହେବନି ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ।

୧୦ ଦଫା ଦାବିରେ ସୋମବାରଠାରୁ ଓଡ଼ିଶା ରାଜସ୍ବ ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି। ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି ସଂଘ। ସାମୁହିକ ଛୁଟିରେ ରହିବା ସହ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ଅମଲା କର୍ମଚାରୀ। ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅମଲାଙ୍କ ମୂଳ ଦରମା ଲେଭଲ୍ ନାଇନ୍ କରିବା ସହ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷକୁ ବୃଦ୍ଧି, ୪ ବର୍ଷରେ ପଦୋନ୍ନତି, ନୂଆ ପେନସନ୍ ଯୋଜନା ରଦ୍ଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ୧୦ ଦଫା ଦାବି ରଖିଛନ୍ତି । ପୂର୍ବରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ୮ତାରିଖ ସୁଦ୍ଧା ସରକାର କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିନଥିବାରୁ ୧୧ତାରିଖରୁ ସମଗ୍ର ରାଜ୍ୟର ଅମଲା ମାନେ ସମୂହ ଛୁଟିରେ ଯାଇ ପ୍ରତିବାଦ କରିଛନ୍ତି।

Also Read

ଓଟିଭି ହ୍ଵାଟ୍ସଅପ

Scroll to Top