Hydrogen Train: ଖୁବଶୀଘ୍ର ଗଡ଼ିବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ସାମ୍ନାକୁ ଆସିଲା ପ୍ରଥମ ଝଲକ

hydrogen-train:-ଖୁବଶୀଘ୍ର-ଗଡ଼ିବ-ଭାରତର-ପ୍ରଥମ-ହାଇଡ୍ରୋଜେନ୍-ଟ୍ରେନ୍,-ସାମ୍ନାକୁ-ଆସିଲା-ପ୍ରଥମ-ଝଲକ

ପଞ୍ଚମ ଦେଶ ଭାବେ ଭାରତରେ ଭାରତରେ ଚାଲିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ଏହି ଟ୍ରେନ୍ ଡିଜେଲ ନୁହେଁ ଉଦଜାନରେ ଚାଲିବ। ଏଥିରୁ ଧୂଆଁ ନୁହେଁ ଜଳୀୟ ବାଷ୍ପ ବାହାରିବ। ୧୨ଶହ ହର୍ସପାୱାର, ୨୬ଶହ ଯାତ୍ରୀ କ୍ଷମତା ରହିଛି।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 01:16 PM IST

hydrogen trainCredit: OTV

ହାଇଡ୍ରୋଜେନ୍ ଟ୍ରେନ୍

ଖୁବଶୀଘ୍ର ଗଡ଼ିବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ସାମ୍ନାକୁ ଆସିଲା ଏହାର ପ୍ରଥମ ଝଲକ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋସିଆଲ ମିଡିଆରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନର ଭିଡିଓ ସେୟାର କରିଛନ୍ତି। ହାଇଡ୍ରୋଜେନ୍ ବା ଉଦଜାନ ଚାଳିତ ଟ୍ରେନ୍ ପ୍ରଥମେ ହରିୟାଣାର ଜିନ୍ଦ୍ ଓ ସୋନିପତ୍ ମଧ୍ୟରେ ଚାଲିବ ବୋଲି ସୂଚନା ମିଳିଛି।

ଏବେ ବିଶ୍ବର ୪ଟି ଦେଶରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରୁଥିଲେ ବି, ପଞ୍ଚମ ଦେଶ ଭାବେ ଭାରତରେ ଚାଲିବାକୁ ଥିବା ଟ୍ରେନ୍ ବିଶ୍ବର ସବୁଠୁ ଶକ୍ତିଶାଳୀ ଏବଂ ଲମ୍ବା ବୋଲି କୁହାଯାଉଛି । ଏଥିରେ ୨୬ଶହ ଯାତ୍ରୀ ଯାଇପାରିବେ। ନିକଟରେ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ପ୍ରଥମ ହାଇଡ୍ରୋଜେନ୍ ଚାଳିତ କୋଚ୍ ର ପରୀକ୍ଷଣ ସଫଳ ହୋଇଛି। ୧୨ଶହ ହର୍ସପାୱାର୍ ଶକ୍ତି ବିଶିଷ୍ଟ ଏହି ଟ୍ରେନ୍ ପ୍ରଦୂଷଣ ମୁକ୍ତ ତଥା ପରିବେଶ ଅନୁକୂଳ। ହାଇଡ୍ରୋଜେନ ଟ୍ରେନରେ ଧୂଆଁ ବାହାରିନଥାଏ । କେବଳ ଜଳୀୟ ବାଷ୍ପ ନିର୍ଗତ ହୋଇଥାଏ।

ହାଇଡ୍ରୋଜେନ୍ ଫର୍ ହେରିଟେଜ୍ ପ୍ରକଳ୍ପରେ ଆଗକୁ ୩୫ଟି ଉଦଜାନ ଚାଳିତ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ପ୍ରତି ଟ୍ରେନ୍ ପିଛା ୮୦ କୋଟି ଏବଂ ହେରିଟେଜ୍ ଓ ହିଲ୍ ରୁଟ୍ ଭିତ୍ତିଭୂମି ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏବେ ଜର୍ମାନୀ, ଫ୍ରାନ୍ସ, ସ୍ବିଡେନ୍ ଓ ଚୀନରେ ଗଡ଼ୁଛି ହାଇଡ୍ରୋଜେନ୍ ଟ୍ରେନ୍ ।

Also Read

ଅଧିକ ପଢନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ୟୁନିଟ୍

ଓଟିଭି ହ୍ଵାଟ୍ସଅପ

Scroll to Top