Pakistan Flood :ଥରହର ଶତ୍ରୁ ଦେଶ ପାକିସ୍ତାନ, ବଞ୍ଚିବାକୁ କରୁଛି ସଂଘର୍ଷ

pakistan-flood-:ଥରହର-ଶତ୍ରୁ-ଦେଶ-ପାକିସ୍ତାନ,-ବଞ୍ଚିବାକୁ-କରୁଛି-ସଂଘର୍ଷ

ଚାରିଆଡେ ଜଳବନ୍ଦି। ହାହାକାର ସ୍ଥିତି। ସୁନାମି ବେଗରେ ମାଡି ଆସୁଛି ପାଣି। ଆଗରେ ଯାହା ପଡୁଛି ସବୁ ଧୋଇ ନେଉଛି। ଆଖି ପିଛୁଳାକେ ଭାଙ୍ଗୁଛି ଘର। ପୋଛି ନେଉଛି ବଜାର ଘାଟ। ଆଉ ଲୋକଙ୍କୁ ବୁଡାଇ ମାରୁଛି। ପାକିସ୍ତାନ ବନ୍ୟାର ଇଏ ହେଉଛି ଭୟଙ୍କର ଚିତ୍ର।

ଚାରିଆଡେ ଜଳବନ୍ଦୀ । ହାହାକାର ସ୍ଥିତି। ସୁନାମି ବେଗରେ ମାଡି ଆସୁଛି ପାଣି। ଆଗରେ ଯାହା ପଡୁଛି ସବୁ ଧୋଇ ନେଉଛି। ଆଖି ପିଛୁଳାକେ ଭାଙ୍ଗୁଛି ଘର। ପୋଛି ନେଉଛି ବଜାର ଘାଟ। ଆଉ ଲୋକଙ୍କୁ ବୁଡାଇ ମାରୁଛି। ପାକିସ୍ତାନ ବନ୍ୟାର ଇଏ ହେଉଛି ଭୟଙ୍କର ଚିତ୍ର। ଏଠି ପ୍ରକୃତି ରଚିଛି ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଓ ଭୁସ୍ଖଳନ ଯୋଗୁ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି।

ଉତ୍ତରପୂର୍ବ ପାକିସ୍ତାନ ବିଶେଷ କରି ଖାୟବର ପାଖତୁନଖ୍ୱା ଅଧିକ ପ୍ରଭାବିତ ହୋଇଛି। ଏଥିପାଇଁ ତ୍ରାହି ତ୍ରାହି ଡାକିଲେଣି ଲୋକେ। ଜୀବନ ବିକଳରେ ଦୌଡୁଛନ୍ତି । ବଞ୍ଚି ରହିବାକୁ କରୁଛନ୍ତି ସଂଘର୍ଷ। ୪୮ ଘଣ୍ଟା ମଧ୍ୟରେ ଜଳ ପ୍ରଳୟ ୩୪୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କ ପାଖରେ ସହାୟତା ପହଞ୍ଚିବା ବି କାଠିକାର ପାଠ। କାରଣ ଚାରିଆଡେ ପାଣି ଆଉ ଭର୍ତ୍ତି ହୋଇଛି ପଙ୍କ କାଦୁଅ। ଉଦ୍ଧାରକାରୀ ଦଳ ଆଣ୍ଠୁଏ କାଦୁଅ ଭିତରେ ପଶି ବଡ଼ ବଡ଼ ପଥର ତଳୁ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି।

ସ୍ବାତ୍, ବର୍ଣ୍ଣର, ସାଙ୍ଗଲା, ମାନସେହରା, ବାଟାଗ୍ରାମ ପରି ଜିଲ୍ଲାରେ ବନ୍ୟାର ପ୍ରକୋପ ମାରାତ୍ମକ ରହିଛି । ସେଠାକାର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିବା ଅନୁସାରେ ଅନେକ ଘର ବନ୍ୟା ଯୋଗୁଁ ନଷ୍ଟ ହୋଇଛି। ୩ଟି ସ୍କୁଲ ଭୁଶୁଡି ଯାଇଛି। ୧୦ରୁ ୧୨ ଗାଁ ମାଟି ତଳେ ପୋତି ହୋଯାଇଛି। ୩ ଶହ ସ୍କୁଲ ପିଲା ସମେତ ପ୍ରାୟ ୨ ହଜାର ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି।

Also Read

ଏବେ ବି ବନ୍ୟା ଜଳରେ ଭାସି ଯାଇ ଅନେକ ଲୋକ ନିଖୋଜ ଅଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ବିଭନ୍ନ ସ୍ଥାନରେ ରାସ୍ତାଘାଟ ଓ ଘର ଦ୍ୱାର ଛିନଛତ୍ର ହୋଇଯାଇଛି। ବନ୍ୟା ପାଣିରେ ରାସ୍ତା ଭାସି ଯିବାରୁ ଏକାଧିକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ। ତେବେ ଏଠି ବଡ଼ ପ୍ରଶ୍ନ ହେଉଛି

ବଙ୍ଗୋପସାଗରରୁ ଆସୁଥିବା ଝଡ଼ ଦ୍ୱାରା ପ୍ରଭାବିତ ମୌସୁମୀ ବନ୍ୟାର ଅନେକ ଚ୍ୟାଲେଞ୍ଜ ଆଣିଥାଏ। ବିଶେଷକରି ପଞ୍ଜାବ, ସିନ୍ଧ, ଖାଇବର ପଖତୁନଖ୍ୱା, ବେଲୁଚିସ୍ତାନ ଏବଂ ଗିଲଗିଟ ଭଳି ଅଞ୍ଚଳରେ। ୨୦୨୨ର ବନ୍ୟା ଏହାର ଏକ ପ୍ରମୁଖ ଉଦାହରଣ। ୧୯୫୦ରୁ ପାକିସ୍ତାନ ୩୧ ଥର ବିନାଶକାରୀ ବନ୍ୟାର ସମ୍ମୁଖୀନ ହୋଇଛି, ଯାହା ପ୍ରାୟ ପ୍ରତି ଦୁଇ ବର୍ଷରେ ଘଟିଥାଏ। ଆଉ ଏହା ବିପୁଳ ଆର୍ଥିକ ଏବଂ ମାନବିକ କ୍ଷତି କରିଥାଏ। ପ୍ରତିବର୍ଷ, ଦେଶରେ ବନ୍ୟା ଅନେକ ନିୟୁତ ଡଲାରର ଆର୍ଥିକ କ୍ଷତି କରାଇବା ସହ ୫୦୦ ରୁ ଅଧିକ ଲୋକଙ୍କ ଜୀବନ ନିଏ।

ଓଟିଭି ହ୍ଵାଟ୍ସଅପ

Scroll to Top