ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ପାଇଁ ଯାଇଥିଲେ, ଗାଁରେ ପୋଲିସ ହଟହଟା
Published By : Prameya-News7 Bureau | August 18, 2025 IST

କଣ୍ଟାବାଞ୍ଜି ୧୮।୦୮ : ଗାଁରେ ପୋଲିସ ହଟହଟା । ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୁଲିସ ହଟହଟା। ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ପୁଲିସ କର୍ମଚାରୀ। ଗ୍ରାମବାସୀଙ୍କ ସହ ଧସ୍ତାଧସ୍ତି ସ୍ଥିତି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ ଏଭଳି ଘଟଣା ଘଟିଛି।

ଖବର ଅନୁଯାୟୀ, କିଛି ଦିନ ପୂର୍ବରୁ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ପ୍ରେମୀ ଯୁଗଳ ଘର ଛାଡ଼ି ଚାଲିଯାଇଥିଲେ। ଏନେଇ ଝିଅ ଘର ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦିଆଯାଇଥିଲା। ସୋମବାର ଗ୍ରାମବାସୀମାନେ ଯୁବକ ଯୁବତୀଙ୍କୁ ଅଟକ ରଖିଥିଲେ। ଏହି ଖବର ପାଇ ବଙ୍ଗୋମୁଣ୍ଡା ପୁଲିସ ସେମାନଙ୍କୁ ଉଦ୍ଧାର କରିବାକୁ ବିରିପାଲି ଗାଁରେ ପହଞ୍ଚିଥିଲା। ସେଠାରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛି। ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
ସମ୍ବନ୍ଧିତ ଖବର







