Pak Harasses Indian Diplomats: ଭାରତୀୟ କୂଟନୀତିଜ୍ଞଙ୍କୁ ହଇରାଣ କରୁଛି ପାକ୍; ଯୋଗାଉନି ଅତ୍ୟାବଶ୍ୟକ ସାମଗ୍ରୀ

pak-harasses-indian-diplomats:-ଭାରତୀୟ-କୂଟନୀତିଜ୍ଞଙ୍କୁ-ହଇରାଣ-କରୁଛି-ପାକ୍;-ଯୋଗାଉନି-ଅତ୍ୟାବଶ୍ୟକ-ସାମଗ୍ରୀ

ଭାରତୀୟ ଉଚ୍ଚାୟୁକ୍ତ ଓ କୂଟନୀତିଜ୍ଞଙ୍କୁ ରନ୍ଧନ ଗ୍ୟାସ, ପାଣି ଓ ଖବରକାଗଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବନ୍ଦ କରି ଦେଇଛି। ଭାରତ ମଧ୍ୟ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଖବରକାଗଜ ଯୋଗାଣ ବନ୍ଦ କରିଦେଇଛି।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କରିଥିଲା ଅପରେସନ୍ ସିନ୍ଦୂର। ଏ ସମୟରେ ବିପୁଳ କ୍ଷତି ସହିଥିଲା ପାକିସ୍ତାନ। ଅନେକ ଆତଙ୍କବାଦୀ ଆଡ୍ଡା ଧ୍ବଂସ ହୋଇଯିବା ସହ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିଲେ। ଏଥିରେ ହତାଶ୍ ହୋଇଯାଇଛି ପାକିସ୍ତାନ। ପାକିସ୍ତାନ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ହଇରାଣ ହରକତ କରୁଛି।

କୂଟନୀତିଜ୍ଞଙ୍କୁ ଟାର୍ଗେଟ କରିବା ସହିତ ସେମାନଙ୍କୁ ରନ୍ଧନ ଗ୍ୟାସ, ପାଣି ଓ ଖବରକାଗଜ ପାଇବାରୁ ବଞ୍ଚିତ କରିଛି। ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞଙ୍କ ଘରକୁ ଖବରକାଗଜ ଯୋଗାଣ ବନ୍ଦ କରିଦେଇଛି ବୋଲି ସୂତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ଭାରତ ଯେସାକୁ ତେସା ନୀତି ଆପଣାଇ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ମଧ୍ୟ ଖବରକାଗଜ ଯୋଗାଣ ବନ୍ଦ କରିଦେଇଛି।

ପାକିସ୍ତାନୀ କର୍ତ୍ତୃପକ୍ଷ ଭାରତୀୟ ଅଧିକାରୀଙ୍କୁ ରନ୍ଧନ ଗ୍ୟାସ ଓ ପାଣି ନ ଯୋଗାଇବା ପାଇଁ ସ୍ଥାନୀୟ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପାକିସ୍ତାନୀ କର୍ତ୍ତୃପକ୍ଷ ଭାରତୀୟ କୂଟନୀତିଜ୍ଞ ବାସଭବନ ଏବଂ କାର୍ଯ୍ୟାଳୟରେ ଅନଧିକୃତ ପ୍ରବେଶ ମଧ୍ୟ କରୁଛି। ଏପରିକି କୂଟନୀତିଜ୍ଞଙ୍କ ଘରକୁ କିଏ ଯିବା ଆସିବା କରୁଛି, ସେ ଉପରେ କଡା ନଜର ରଖୁଛି ପାକିସ୍ତାନ। ଯାହା ଭିଏନା ଚୁକ୍ତିନାମାର ସ୍ପଷ୍ଟ ଉଲ୍ଲଂଘନ। ଭିଏନା ଚୁକ୍ତି ଅନୁଯାୟୀ, କୂଟନୀତିଜ୍ଞଙ୍କ ସୁରକ୍ଷା ଏବଂ ସେମାନଙ୍କ ସମ୍ମାନ ରକ୍ଷା କରିବା ଉକ୍ତ ଦେଶର କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ଉଲ୍ଲଂଘନ କରୁଛି। ଯାହା ଦ୍ବାରା କୂଟନୀତିଜ୍ଞ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି।

Also Read

୨୦୧୯ ମସିହାରେ ପୁଲୱାମା ଆକ୍ରମଣ ପରେ ଭାରତ ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ସେତେବେଳେ ମଧ୍ୟ ଏଭଳି ସମାନ ଘଟଣା ଘଟିଥିଲା। ସେହି ସମୟରେ ମଧ୍ୟ ଭାରତୀୟ କୂଟନୀତିଜ୍ଞମାନଙ୍କୁ ସମାନ ଭାବରେ ହଇରାଣ କରାଯାଇଥିଲା।

ଅଧିକ ପଢନ୍ତୁ: ବଲୁଚ ଲିବରେସନ୍ ଆର୍ମି, ଦି ମଜିଦ୍ ବିଗ୍ରେଡ୍ ଆତଙ୍କୀ ସଂଗଠନ ଘୋଷିତ

ଓଟିଭି ହ୍ଵାଟ୍ସଅପ

Scroll to Top