Padma Shri Swimmer: ପଦ୍ମଶ୍ରୀ ବିଜେତାଙ୍କ ଚୋରି ହୋଇଗଲା ସବୁ ପଦକ

padma-shri-swimmer:-ପଦ୍ମଶ୍ରୀ-ବିଜେତାଙ୍କ-ଚୋରି-ହୋଇଗଲା-ସବୁ-ପଦକ

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ବତନ ସନ୍ତରଣକାରୀଙ୍କ ପୈତୃକ ଘରୁ ଅର୍ଜୁନ ପୁରସ୍କାର ଓ ଟେଞ୍ଜିଂ ନୋର୍ଗେ ପଦକ ଛାଡି ସବୁ ପଦକ ଚୋରି ହୋଇ ଯାଇଛି।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ବତନ ସନ୍ତରଣକାରୀ ବୁଲା ଚୌଧୁରୀଙ୍କ ସବୁ ପଦକ ଓ ସ୍ମାରକୀ ଚୋରି ହୋଇ ଯାଇଛି। ଚୋରମାନେ ପଶ୍ଚିମବଙ୍ଗର ହୁଗଳୀ ଜିଲ୍ଲାରେ ଥିବା ତାଙ୍କ ପୈତୃକ ଘରୁ ପଦକ ଓ ସ୍ମାରକୀ ଚୋରି କରିଛନ୍ତି।

ବୁଲା ଚୌଧୁରୀ କହିଛନ୍ତି ଯେ, ମୋ ଜୀବନରେ ଅର୍ଜନ କରିଥିବା ସବୁ ଜିନିଷ ହରାଇଦେଲି। ଚୋରମାନେ ମୋର ସମ୍ପୂର୍ଣ୍ଣ ଜୀବନରେ କଠିନ ପରିଶ୍ରମ ଓ ନିଷ୍ଠାରେ ଅର୍ଜିତ ସବୁ ଜିନିଷ ନେଇ ଯାଇଛନ୍ତି। ସାଫ୍ ଗେମ୍ସରେ ଜିତିଥିବା ଛଅଟି ସ୍ୱର୍ଣ୍ଣ ପଦକ ସହିତ ପଦ୍ମଶ୍ରୀ ବ୍ରୋଚ୍ ମଧ୍ୟ ଚୋରି ହୋଇଛି। ଚୋରମାନେ ସମସ୍ତ ସ୍ମାରକୀ ଚୋରି କରିଛନ୍ତି, କିନ୍ତୁ ଅର୍ଜୁନ ପୁରସ୍କାର ଓ ଟେଞ୍ଜିଂ ନୋର୍ଗେ ପଦକ ଛାଡ଼ି ଦେଇଛନ୍ତି। ସମ୍ଭବତଃ ସେମାନେ ଅର୍ଜୁନ ପୁରସ୍କାର ଓ ଟେଞ୍ଜିଂ ନୋର୍ଗେ ପଦକକୁ ଚିହ୍ନି ପାରିନଥିଲେ, କାରଣ ଏଗୁଡ଼ିକ ଆକାରରେ ଛୋଟ ଥିଲା।”

ବର୍ତ୍ତମାନ କୋଲକାତାର କସବା ଅଞ୍ଚଳରେ ସେ ତାଙ୍କ ପରିବାର ସହ ରହୁଥିବା ବେଳେ ତାଙ୍କ ପୈତୃକ ଘରକୁ ତାଙ୍କ ଭାଇ ମିଲନ ଚୌଧୁରୀ ଦେଖାଶୁଣା କରନ୍ତି। ସେ କିଛି ଦୂରରେ ରହନ୍ତି ଏବଂ ମଝିରେ ମଝିରେ ଏଠାକୁ ଆସନ୍ତି।

Also Read

ସେ କହିଛନ୍ତି, “ସ୍ୱାଧୀନତା ଦିବସରେ ମିଲନ ଘରକୁ ସଫା କରିବାକୁ ଯାଇଥିବା ବେଳେ ଏସବୁ ଘଟଣା ଦେଖିଥିଲେ। ସେ ଦେଖିଥିଲେ ପଛପଟ ଦ୍ୱାର ଭାଙ୍ଗିଯାଇଥିଲା ଏବଂ ଘରେ ଜିନିଷ ପତ୍ର ଏଣେତେଣେ ପଡିଥିଲା।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସେମାନେ ପଦକଗୁଡ଼ିକୁ କାହିଁକି ନେଉଛନ୍ତି? ଏଗୁଡ଼ିକ ବିକ୍ରି କଲେ ସେମାନଙ୍କୁ କିଛି ଟଙ୍କା ମିଳିବ ନାହିଁ। ଏଗୁଡ଼ିକ ମୋ ଜୀବନର ସମ୍ପତ୍ତି, ମୋ କ୍ୟାରିୟରର ଫଳ। ମୋ ଘରକୁ ବାରମ୍ବାର ଟାର୍ଗେଟ କରାଯାଉଛି କାରଣ ଏହା ଖାଲି ରହୁଛି।”

ଓଟିଭି ହ୍ଵାଟ୍ସଅପ

Scroll to Top