India Warns Pakistan:ପାକିସ୍ତାନକୁ ଭାରତର ପାଲଟା ଚେତାବନୀ, ଭୁଲ କଲେ ଭୟାନକ ପରିଣାମ

india-warns-pakistan:ପାକିସ୍ତାନକୁ-ଭାରତର-ପାଲଟା-ଚେତାବନୀ,-ଭୁଲ-କଲେ-ଭୟାନକ-ପରିଣାମ

ପାକିସ୍ତାନର ଧମକକୁ ଭାରତର ଚ୍ୟାଲେଞ୍ଜ୍। ଆତଙ୍କିସ୍ତାନକୁ ହିନ୍ଦୁସ୍ତାନର ଚେତାବନୀ। ଗୋଟିଏ ଭୁଲ ପରିଣାମ ହେବ ଭୟଙ୍କର ।

କିଛିଦିନ ତଳେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥିଲେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନୀର। ପାକ ଅସ୍ତିତ୍ୱକୁ ବିପଦ ଆସିଲେ ସେ ପରମାଣୁ ଆକ୍ରମଣ କରିବେ ବୋଲି ମୁହଁ ଫୁଟାଣି ମାରିଥିଲେ। ତେବେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛି ଭାରତ। ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଅସୀମ୍ ମୁନୀରଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

ପାକିସ୍ତାନ ନିଜର ବିଫଳତାକୁ ଲୁଚାଇବା ପାଇଁ ଭାରତ ବିରୋଧୀ ମନ୍ତବ୍ୟକୁ ଢାଲ ଭାବେ ବ୍ୟବହାର କରୁଛି। ଭାରତ ପାଲଟା ଚେତାବନୀ ଦେଇଛି ଯେ ଯଦି ପାକିସ୍ତାନ କୌଣସି ଭୁଲ କାର୍ଯ୍ୟ କରେ, ତେବେ ତାକୁ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ଅତୀତରେ ଭାରତ ଏପରି କରି ଦେଖାଇଛି ଆଉ ଦେଖାଇବ ମଧ୍ୟ। । ଯଦି ପାକିସ୍ତାନ କୌଣସି ଦୁଃସାହସିକ କାର୍ଯ୍ୟ କରେ, ତେବେ ତାହାର ପରିଣାମ ପାକିସ୍ତାନ ନିଶ୍ଚିତ ଭୋଗିବ। ଭାରତ କଣ କରିପାରେ ତାହା ସାରା ବିଶ୍ୱ ଦେଖିଛି।

ପହଲଗାମ ଆକ୍ରମଣ ପରେ ଭାରତ ଆତଙ୍କବାଦୀ ଠିକଣାଗୁଡ଼ିକୁ ନିଶାନା କରି ଧ୍ୱଂସ କରିଥିଲା। ଆଉ ପାକିସ୍ତାନ ଆକ୍ରମଣ ଅଟକାଇବା ପାଇଁ ଭିକ ମାଗିଥିଲା। ତେଣୁ ପୁରଣ। ଭୁଲକୁ ଦୋହରାଇବାର ପରିଣତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ଭାରତ ।

Also Read

ମୁନୀର ଧମକ ଦେଇଥିଲେ ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧରେ ତାଙ୍କ ଦେଶର ଅସ୍ତିତ୍ୱକୁ ବିପଦ ଅନୁଭବ ହୁଏ, ତେବେ ସେ ପରମାଣୁ ବୋମାରେ ଆକ୍ରମଣ କରିବେ। ଏହାସହ ସେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଗୁଜରାଟ ଜାମନଗର ରିଫାଇନାରୀକୁ ଉଡାଇଦେବାର ମଧ୍ୟ ଧମକ ଦେଇଥିଲେ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁନୀରଙ୍କ ବୟାନକୁ ସମର୍ଥନ କରିଥିଲା।

ପରେ ଭାରତ ଅସୀମ୍ ମୁନୀରଙ୍କ ମନ୍ତବ୍ୟକୁ ‘ଅତ୍ୟନ୍ତ ଦାୟିତ୍ୱହୀନ’ ଓ ଆଞ୍ଚଳିକ ତଥା ବିଶ୍ୱ ସୁରକ୍ଷା ପାଇଁ ବିପଦ ବୋଲି ନିନ୍ଦା କରିଛି। ଭାରତ କହିଛି ଯେ ପରମାଣୁ ଧମକ ଦେବା ପାକିସ୍ତାନର ‘ପୁରୁଣା ଅଭ୍ୟାସ’। ଭାରତ ପାକିସ୍ତାନ ସମେତ ସମଗ୍ର ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଭାରତ ପରମାଣୁ ବ୍ଲାକମେଲ ଆଗରେ ନଇଁବ ନାହିଁ ଏବଂ ନିଜର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ।

ଓଟିଭି ହ୍ଵାଟ୍ସଅପ

Scroll to Top