Matric Supplementary Results: ଆଜି ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

matric-supplementary-results:-ଆଜି-ପ୍ରକାଶ-ପାଇବ-ମାଟ୍ରିକ୍-ସପ୍ଲିମେଣ୍ଟାରୀ-ପରୀକ୍ଷା-ଫଳ

ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇବ। ଚଳିତ ଥର ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

Chinmayee Sahoo

  • Published: Saturday, 16 August 2025
  • Last updated: 16 August 2025, 09:32 AM IST

MATRIC-RESULTCredit: OTV

ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ଆଜି ବାହାରିବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ ଫଳାଫଳ। ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ଏହାର ରେଜଲ୍ଟ ପ୍ରୋସେସିଂ ହୋଇଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେ ଭିତରୁ ପାସ୍ କରିଥିଲେ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ। ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି। ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପୁଣି ବାଜି ମାରିଲେ ଝିଅ

Also Read

ଓଟିଭି ହ୍ଵାଟ୍ସଅପ

Scroll to Top