କୋଲକାତା, ୦୯/୦୪ : ବାଜି ମାରିଲା କୋଲକାତା ନାଇଟ୍ ରାଇଡର୍ସ । ବ୍ୟାଟସମ୍ୟାନଙ୍କ ପରେ ବୋଲର ଦେଖାଇଲେ ଦମ୍ । ଇଡେନ୍ ଗାର୍ଡେନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଚେକ୍ ଦେଲେ ନାଇଟ୍ ରାଇଡର୍ସ ଖେଳାଳି । ଆଇପିଏଲର ୧୫ ତମ ଲିଗ୍ ମୁକାବିଲାରେ ଏଲଏସଜିକୁ 00 ରନରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ୍ ।
ଗୁରୁବାର ଐତିହାସିକ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳା ଯାଇଥିଲା ମୁକାବିଲା । ଆଇପିଏଲ ୨୦୨୬ର ୧୫ ତମ ମ୍ୟାଚ୍ ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଆୟୋଜକ କେକେଆର । ଦଳ ୪ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା।
ଅଧିନାୟକ ଆଜିଙ୍କ୍ୟ ରାହାଣେ ବଡ଼ ସ୍କୋର କରି ନ ଥିଲେ ବି ୪୧ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଫର୍ମରେ ଥିବା ଅଙ୍ଗକୃଷ ରଘୁବଂଶୀ ୪୫ ରନ କରିଥିବା ବେଳେ ରୋଭମ୍ୟାନ ପାଓ୍ଵେଲ ୩୯ ରନ କରିଥିଲେ। ଏଲଏସଜି ପକ୍ଷରୁ ବୋଲିଂରେ ଦିଗବେଶ ସିଂ ରାଠି ୨୫ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ମହମ୍ମଦ ଶାମି ଓ୍ଵିକେଟ୍ ପାଇ ନ ଥିଲେ ବି ଶାଣିତ ବୋଲିଂ କରିଥିଲେ। ଫଳରେ ଲକ୍ଷ୍ନୌ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଥିଲା କେକେଏଆର ।
ତେବେ ୧୮୩ ରନର ବିଜୟ ଲକ୍ଷ୍ୟକୁ ଚେଜ୍ କରୁଥିବା ଏଲଏସଜି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମିଚେଲ୍ ମାର୍ସ ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଏଡେନ୍ ମାରକ୍ରମ୍ ୨୨ ରନ୍ କରିଥିଲେ । ସେହିପରି ଋଷଭ ପନ୍ତ ମାତ୍ର ୧୦ ରନ୍ କରିଥିଲେ । ନିକୋଲାସ ପୁରନ ମଧ୍ୟ ୧୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଆୟୁଷ ବଦୋନୀ ଦମଦାର୍ ପାଳି ଖେଳିଥିଲେ । ସେ ୩୪ ବଲରୁ ୫୪ ରନ୍ କରିଥିଲେ । କିନ୍ତୁ ବଦୋନୀଙ୍କୁ ଅନ୍ୟ ବ୍ୟାଟରଙ୍କ ସାଥ୍ ମିଳିନଥିଲା । ବଦୋନୀ ଆଉଟ୍ ହେଲା ପରେ ଦଳର ପରାଜୟ ନିଶ୍ଚିତ ହୋଇଯାଇଥିଲା । ଫଳରେ ଲକ୍ଷ୍ନୌ ୦୦ ଓଭରରେ ୦୦ ରନ୍ କରିବା ସହ ବିଜୟଠୁ 00 ରନ୍ ଦୂରରେ ରହିଯାଇଥିଲା ।
କୋଲକାତା ପକ୍ଷରୁ ବୈଭବ ଆରୋରା ଓ ଅଙ୍କୁଲ ରୟ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ କାର୍ତ୍ତିକ ତ୍ୟାଗୀ, ସୁନୀଲ ନରୀନ୍ ଏବଂ କ୍ୟାମରୁନ୍ ଗ୍ରୀନ୍ ଗୋଟିଏ ଲେଖାଏଁ ଶିକାର କରିଥିଲେ ।




