L

l

ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି ଅନୁଷ୍ଠିତ ହେବ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପଦାନ କରବେ ମହାପ୍ରଭୁ। ୩ଟି ମହାଦୀପରେ ବନ୍ଦାପନା କରାଯାଏ।

author-image

Sri Jagannath

Sri Jagannath Photograph: (OTV)

ପବିତ୍ର ମାର୍ଗଶିର ମାସ ଅମାବାସ୍ୟା ତିଥି।  ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ। ଦେବ ଦୀପାବଳୀ  ଦ୍ବିତୀୟ ଦିନ  ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିବେ। ଆଜି ଦ୍ବିତୀୟ ଦିନରେ ପିତା ମାତା ଦଶରଥ ଓ କୌଶଲ୍ୟାଙ୍କୁ ଶ୍ରାଦ୍ଧ ପ୍ରଦାନ କରିବେ ମହାପ୍ରଭୁ।

ଦ୍ୱିପହର ଧୂପ ପରେ ଶ୍ରାଦ୍ଧ ନୀତି ଆରମ୍ଭ ହୋଇ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସନ୍ଧ୍ୟାଧୂପ ପରେ ତିନିଟି ମହାଦୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ। ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବାର ପରମ୍ପରା ରହିଛି। ଜୟବିଜୟ ଦ୍ୱାର ନିକଟରେ ଚାଉଳ ଗଛ ସହ ଦୀପ ସମର୍ପଣ କରାଯାଏ।  

ଦେବ ଦୀପାବଳିର ଦ୍ବିତୀୟ ଦିନରେ ବରିଷ୍ଠ ସେବକ, ମଠ ମହନ୍ତ ଓ ବୁଦ୍ଧିଜୀବୀ ଏବଂ ସ୍ବେଛାସେବୀଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯିବ। ପୁଷ୍ପାଳକ ସେବକ ମାନେ ଶ୍ରୀଜିଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିହିତ ହୋଇଥାନ୍ତି। କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ।

Scroll to Top