ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପ୍ରାୟ ୪୦ ଦିନ ଧରି ଜାରି ରହିଥିବା ସଂଘର୍ଷ ସ୍ବଳ୍ପ ସମୟ ପାଇଁ ଥମିଛି । ଇରାନ୍ ଏବଂ ଆମେରିକା ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । କିନ୍ତୁ ଇସ୍ରାଏଲ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରି ଯୁଦ୍ଧବିରତିର ଉଲ୍ଲଂଘନ କରିଛି । ଉଭୟ ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧବିରତି ନିୟମର ଉଲ୍ଲଂଘନ କରିଛନ୍ତି ବୋଲି ଇରାନ୍ ଅଭିଯୋଗ କରିଛି । ଏହାରି ମଧ୍ୟରେ ଇରାନର ଉପ-ବୈଦେଶିକ ମନ୍ତ୍ରୀ ସଇଦ ଖାତିବଜାଦେହ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ଆଗାମୀ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
ଖାତିବଜାଦେହଙ୍କ ଏଭଳି ମନ୍ତବ୍ୟ ପରେ, ମଧ୍ୟପ୍ରାଚ୍ୟ ମହାଯୁଦ୍ଧର ତୀବ୍ରତା ପୁଣି ଥରେ ବଢ଼ିପାରେ ବୋଲି ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଆସନ୍ତା ଶନିବାର ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ହେବା ପୂର୍ବରୁ ଖାତିବଜାଦେହଙ୍କ ଏହି ମନ୍ତବ୍ୟ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
‘ଆଗାମୀ ସମୟ ଅତି ଗୁରୁତ୍ୱପୂର୍ଣ୍ଣ’
ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସଇଦ ଖାତିବଜାଦେହ ସ୍ପଷ୍ଟ କରିଛନ୍ତି ଯେ, ଏକ ଇରାନ ପ୍ରତିନିଧି ଦଳ ଆମେରିକା ସହିତ ଆଲୋଚନା ପାଇଁ ଇସଲାମାବାଦ ଯାତ୍ରା କରିବ। ତଥାପି, କୌଣସି ଚୁକ୍ତି ହେବା ପୂର୍ବରୁ ସେ କିଛି ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି, ଆଲୋଚନା ପୂର୍ବରୁ ଲେବାନନ ଉପରେ ଆକ୍ରମଣ ବନ୍ଦ ହେବା ଦରକାର । ସେହିଭଳି ଶାନ୍ତି ଆଲୋଚନାରେ ଲେବାନନକୁ ସାମିଲ କରାଯିବା ଦରକାର ବୋଲି ସେ କହିଛନ୍ତି ।
ଇସଲାମାବାଦରେ ହେବ ଶାନ୍ତି ଆଲୋଚନା
ଇରାନ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ଶାନ୍ତି ଆଲୋଚନରେ କେଉଁମାନେ ଯୋଗ ଦେବେ ତାର ଏକ ତାଲିକା ଦେଇଛି ପାକିସ୍ତାନ । ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି ଯେ, ଇସଲାମାବାଦରେ ହେବାକୁ ଥିବା ଆଲୋଚନାର ବିବରଣୀ ଚୂଡ଼ାନ୍ତ ହୋଇନାହିଁ ଏବଂ ଅଂଶଗ୍ରହଣକାରୀଙ୍କ ତାଲିକାରେ ପରିବର୍ତ୍ତନ ହୋଇପାରେ ।
Also Read: ହର୍ମୁଜ୍ ପ୍ରଣାଳୀର ପାଣି ତଳେ ମାଇନ୍ସ ବିଛାଇଛି ଇରାନ୍, ମ୍ୟାପ୍ ଦେଖି ଛାନିଆ ବିଶ୍ବ
ପାକିସ୍ତାନ (ଆୟୋଜକ)
ପ୍ରଧାନମନ୍ତ୍ରୀ ଶାହବାଜ ସରିଫ
ଫିଲ୍ଡ ମାର୍ଶଲ ସୟଦ ଅସୀମ ମୁନିର, ସେନା ମୁଖ୍ୟ
ଇସାକ ଦାର, ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ
ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକ, NSA ଏବଂ ISI ମୁଖ୍ୟ
ଆମେରିକୀୟ ପ୍ରତିନିଧି ଦଳ
ଜେ.ଡି. ଭାନ୍ସ, ଆମେରିକାର ଉପରାଷ୍ଟ୍ରପତି
ଷ୍ଟିଭ୍ ୱିଟକଫ, ହ୍ୱାଇଟ୍ ହାଉସ୍ ସ୍ୱତନ୍ତ୍ର ଦୂତ
ଜାରେଡ୍ କୁଶନର, ରାଷ୍ଟ୍ରପତିଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା
ଆଡମିରାଲ ବାର୍ଡ କୁପର, CENTCOM କମାଣ୍ଡର
ଇରାନ ପ୍ରତିନିଧି ଦଳ
ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫ
ଆବାସ ଆରାଘଚି, ବୈଦେଶିକ ମନ୍ତ୍ରୀ
ମାଜିଦ ତଖ୍ତ-ରାଭାଞ୍ଚି




