ନଭି ମୁମ୍ବାଇ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳା ଯିବାର ଅଛି ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ର ଫାଇନାଲ୍ ମୁକାବିଲା। ଏହି ମ୍ୟାଚ୍ ନଭି ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବାର ଥିଲା। ମାତ୍ର ବର୍ଷା କାରଣରୁ ଏ ପର୍ଯ୍ୟନ୍ତ ଟସ୍ ପଡ଼ି ପାରି ନାହିଁ। ଅଢେଇଟା ପୂର୍ବରୁ ଅଚାନକ ବର୍ଷା ଆରମ୍ଭ ହୋଇଥିଲା ଏବଂ ଏବେ ବି ନଭି ମୁମ୍ବାଇରେ ବର୍ଷା ଲାଗି ରହିଛି। ତେଣୁ ଟସ୍ କେତେ ବେଳେ ପଡ଼ିବ ତାହା କହିବା ମୁସ୍କିଲ।
ନଭି ମୁମ୍ବାଇରେ ବର୍ଷା କାରଣରୁ ଲିଗ୍ ପର୍ଯ୍ୟାୟରେ ଭାରତ ବନାମ ବାଂଲାଦେଶ ମୁକାବିଲା ବାତିଲ୍ ହୋଇଥିଲା। ଏପରିକି ନଭି ମୁମ୍ବାଇରେ ଅନେକ ମ୍ୟାଚ୍ରେ ବର୍ଷା ବାଧକ ସାଜିଥିଲା। ଭାରତ ବନାମ ଅଷ୍ଟ୍ରେଲିଆ ସେମି ଫାଇନାଲରେ ମଧ୍ୟ ବର୍ଷା ବାଧକ ସାଜିଥିଲା। ଆଉ ଆଜି ଫାଇନାଲ୍ ମ୍ୟାଚରେ ବର୍ଷା ଭିଲିୟାନ ସାଜିଛି। ବର୍ଷା ଜାରି ରହିଛି ଏବଂ ଆଉଟ୍ ଫିଲ୍ଡ ଅଦା ଅଛି।
ଏକ୍ଵ୍ୟଦର ଅନୁସାରେ ନଭି ମୁମ୍ବାଇରେ ସନ୍ଧ୍ୟା ୪ଟାରେ ବର୍ଷା ହେବାର ୪୯ ପ୍ରତିଶତ ସମ୍ଭାବନା ଥିଲା। କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର ସନ୍ଧ୍ୟା ୬ଟାରେ ୫୮ ପ୍ରତିଶତ ହେବାର ସମ୍ଭାବନା ରହିଚି। ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଏହା ୫୧ ପ୍ରତିଶତ ରହିଛି। ତେଣୁ ଟସ୍ ପଡ଼ିବା ବହୁତ ବିଳମ୍ବ ହୋଇପାରେ। ତେବେ ସନ୍ଧୟା ୭ଟା ପରେ ବର୍ଷା ହେବାର ସମ୍ଭାବନା କମ ରହିଛି। ମ୍ୟାଚ୍ରେ କିଛି ଓଭର କଟାଯାଇପାରେ।




