ପ୍ରାର୍ଥୀ ଗିରଫ ହେଲେ ଲଢିପାରିବେ କି ନିର୍ବାଚନ? ଜାଣନ୍ତୁ ଅନନ୍ତ ସିଂହଙ୍କ ମାମଲାରେ କ’ଣ କହୁଛି ନିୟମ

ପ୍ରାର୍ଥୀ-ଗିରଫ-ହେଲେ-ଲଢିପାରିବେ-କି-ନିର୍ବାଚନ?-ଜାଣନ୍ତୁ-ଅନନ୍ତ-ସିଂହଙ୍କ-ମାମଲାରେ-କ’ଣ-କହୁଛି-ନିୟମ

ପାଟନା ୨।୧୧: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନର ତାରିଖ। ନଭେମ୍ବର ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥି ପାଇଁ ସବୁ ପାର୍ଟିର ପ୍ରାର୍ଥୀ ବିଜୟ ପାଇଁ ଲାଗି ପଡିଛନ୍ତି। ତେବେ ମୋକାମା ବିଧାନସଭା ନିର୍ବାଚନମଣ୍ଡଳିରେ ଶାସକ ଦଳ ଚିତ୍ର କିନ୍ତୁ ବଦଳି ଯାଇଛି। ଏଠାରୁ ଏନଡିଏ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଦୁଲାରଚନ୍ଦ ଯାଦବଙ୍କ ହତ୍ୟା ମାମଲାରେ ପୋଲିସ ଗିରଫ କରିନେଇଛି। ଫଳରେ ତାଙ୍କ ନିର୍ବାଚନ ପ୍ରଚାର ପ୍ରଭାବିତ ହୋଇଛି।

କୁହାଯାଉଛି ଅନନ୍ତ ସିଂହ ହତ୍ୟାକାଣ୍ଡସ୍ଥଳରେ ଥିଲେ। ଏଣୁ ଏବେ ପ୍ରଶ୍ନ ଉଠୁଛି ଗିରଫ ହେବା ପରେ ଅନନ୍ତ ସିଂହ ନିର୍ବାଚନ ଲଢି ପାରିବେକି ?ଏପରି ମାମଲାରେ କଣ ରହିଛି ନିୟମ? ତେବେ ଜନପ୍ରତିନିଧି ନିୟମ ୧୯୫୧ ଅନୁସାରେ ଆମେ ଦେଶରେ ନିର୍ବାଚନ ହେଉଛି। ଏଥିରେ କୁହାଯାଇଛି ଯେ ଏପରି ବନ୍ଦୀ ଯିଏ କୌଣସି ମାମଲାରେ ଜେଲରେ ଅଛନ୍ତି, ହେଲେ ତାଙ୍କ ପ୍ରତି ଦଣ୍ଡବିଧାନ ହୋଇନି ଅଥବା ମାମଲା ବିଚାରଧୀନ ରହିଛି ତେବେ ଏପରି ମାମଲାରେ ପ୍ରାର୍ଥୀ ନିର୍ବାଚନ ଲଢି ପାରିବେ ଓ ଜିତିଲେ ବିଧାୟକ ବି ହୋଇ ପାରିବେ।

ହେଲେ ଏପରି ଅନେକ ବନ୍ଦୀ ଅଛନ୍ତି ଯେଉଁମାନେ ଜେଲରେ ରହିବା କାରଣରୁ ନିର୍ବାଚନ ଲଢି ପାରୁ ନାହାନ୍ତି। ଏହାର ଭିନ୍ନ କାରଣ ରହିଛି। ଜନ ପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୮(୩) ଅନୁସାରେ କୌଣସି ମାମଲାରେ ଯଦି ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି ଓ ତାଙ୍କୁ ୨ ବର୍ଷରୁ ଅଧିକ ଦଣ୍ଡ ବିଧାନ ହୋଇଥାଏ ସେ ନିର୍ବାଚନ ଲଢି ପାରିବେ ନାହିଁ। ଏପରିକି ଜେଲ ଦଣ୍ଡ ପୁରା କରି ଫେରିବା ପରେ ମଧ୍ୟ ଏପରି କିଛି କଠୋର ନିୟମ ରହିଛି ଯେଉଁଥି ପାଇଁ ସେ ନିର୍ବାଚନ ଲଢି ପାରିବେ ନାହିଁ।

ଅନନ୍ତ ସିଂହଙ୍କ ମାମଲାରେ ସେ ଏ ପର୍ଯ୍ୟନ୍ତ ସେ କେବଳ ଗିରଫ ହୋଇଛନ୍ତି । ଏହି ହତ୍ୟାକାଣ୍ଡ ଏବେ ତଦନ୍ତ ସ୍ତରରେ ରହିଛି। ତଦନ୍ତ ସରିବା ପରେ ପୋଲିସ କୋର୍ଟକୁ ମାମଲାର ସମସ୍ତ ରିପୋର୍ଟ ଦେବ। ତା ପରେ ମାମଲାର ଶୁଣାଣି ଆରମ୍ଭ ହେବ। ଶୁଣାଣି ସରିବା ପରେ କୋର୍ଟ ଦଣ୍ଡ ବିଧାନ କରିବେ। ସେ ପର୍ଯ୍ୟନ୍ତ ଅନେକ ସମୟ ବାକି ଅଛି। ଏଣୁ ଅନନ୍ତ ସିଂହ ଏହି ନିର୍ବାଚନ ଲଢି ପାରିବେ ଓ ଜିତିଲେ ଆସି ବିଧାୟକ ଭାବେ ବିଧାନସଭାରେ ଶପଥପାଠ ମଧ୍ୟ କରିପାରିବେ। ସେ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କ ବିଧାୟକ କାର୍ଯ୍ୟ ମଧ୍ୟ ତୁଲେଇ ପାରିବେ।  

Scroll to Top