ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେବ “ଅଦମ୍ୟ”। ଆଜିଠାରୁ କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ ପାଟ୍ରୋଲିଂ ଜାହାଜ ଆଦମ୍ୟ। ପାରାଦୀପ ପୋର୍ଟ କୋଷ୍ଟ ଗାର୍ଡ ବର୍ଥରେ ଏହାର କମିଶନିଂ ପର୍ବ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହେବ।
Credit: OTV
ICGS Adyama
ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେବ “ଅଦମ୍ୟ”। ଆଜିଠାରୁ କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ ପାଟ୍ରୋଲିଂ ଜାହାଜ ଆଦମ୍ୟ। ପାରାଦୀପ ପୋର୍ଟ କୋଷ୍ଟ ଗାର୍ଡ ବର୍ଥରେ ଏହାର କମିଶନିଂ ପର୍ବ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
୬୦ ପ୍ରତିଶତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଜାହାଜ ସାମିଲ ହେଲେ ଭାରତୀୟ ତଟରକ୍ଷୀ ବାହିନୀ ଅଧିକ ଶକ୍ତିଶାଳୀ ହେବ। ପ୍ରାୟ ୫୨ ମିଟର ଲମ୍ବ ଏହି ଜାହାଜରେ ୨ଟି ଡିଜେଲ ଇଞ୍ଜିନ ରହିଥିବା ବେଳେ ଘଣ୍ଟା ପ୍ରତି ୨୭ ନଟ୍ସ ଅର୍ଥାତ୍ ୫୦ କିଲୋମିଟର ବେଗରେ ଏହା ଗତି କରିପାରେ।
Also Read
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଏଥିରେ ଖଞ୍ଜା ହୋଇଛି। ସମୁଦ୍ରରେ ନିୟମିତ ପାଟ୍ରୋଲିଂ କରିବା ସହ ମତ୍ସ୍ୟ ସମ୍ପଦର ସଂରକ୍ଷଣ, ଜଳଦସ୍ୟୁ ଏବଂ ସ୍ମଗଲରମାନଙ୍କ ଉପରେ କଡା ନଜର ରଖିବା, ପ୍ରାକୃତିକ ଦୁର୍ବିପାକ ସମୟରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ କରିବା ଏବଂ ଯୁଦ୍ଧ ସମୟରେ ଉପକୂଳ ସୁରକ୍ଷାରେ ନିୟୋଜିତ ରହିବା ଭଳି କାର୍ଯ୍ୟରେ ଅଦମ୍ୟ ସାମିଲ ହେବ ବୋଲି ଜଣାଯାଇଛି।…





