ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ବିଜେଡି ଓ କଂଗ୍ରେସ ମଧ୍ୟରେ କିଏ ବିରୋଧୀ ଦଳ ଭାବେ ମାଇଲେଜ ନେବେ ତାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇପାରେ ଛକାପଞ୍ଝା । ନାରୀ ନିର୍ଯ୍ୟାତନା ଓ ସାର ଅଭାବକୁ ପ୍ରସଙ୍ଗ କରି ତୁମ୍ଭି ତୋଫାନ କରିପାରେ ବିଜେଡି । ସେହିପରି କଂଗ୍ରେସର ଅନାସ୍ଥାକୁ ନେଇ କମ୍ପିପାରେ ବିଧାନସଭା ।
ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ। ବିଜେଡି ଓ କଂଗ୍ରେସ ମଧ୍ୟରେ କିଏ ବିରୋଧୀ ଦଳ ଭାବେ ମାଇଲେଜ ନେବେ ତାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇପାରେ ଛକାପଞ୍ଝା। ନାରୀ ନିର୍ଯ୍ୟାତନା ଓ ସାର ଅଭାବକୁ ପ୍ରସଙ୍ଗ କରି ତୁମ୍ଭି ତୋଫାନ କରିପାରେ ବିଜେଡି।
ସେହିପରି କଂଗ୍ରେସର ଅନାସ୍ଥାକୁ ନେଇ କମ୍ପିପାରେ ବିଧାନସଭା। ଗତକାଲି କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିବା ବେଳେ ତାକୁ ବାଚସ୍ପତି ଗ୍ରହଣ କରିବେ କି ନାହିଁ ତା ଉପରେ ନଜର। ବାମଦଳ ସମେତ କଂଗ୍ରେସର ୧୪ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପାଇଁ ବିଧାନସଭା ସଚିବଙ୍କୁ ଚିଠି ଜରିଆରେ ଜଣାଇଛି। ତେବେ ଅନାସ୍ଥା ଗ୍ରହଣ ହେବ କି ନାହିଁ ତାହା ଆଜି ସ୍ପଷ୍ଟ ହେବ। କିନ୍ତୁ ବିଧାନସଭାରେ ଉପସ୍ଥିତ ରହିବାକୁ କଂଗ୍ରେସ ସବୁ ବିଧାୟକଙ୍କୁ ହୁଇପ୍ ଜାରି କରିଛି।
ଏପଟେ କଂଗ୍ରେସ ବିଜେଡ଼ିର ସହଯୋଗ ଲୋଡ଼ିଥିବା ବେଳେ ବିଜେଡିର ଆଭିମୁଖ୍ୟ ଏବେବି ଅସ୍ପଷ୍ଟ ରହିଛି। ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ ବି ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ବାଚସ୍ପତି ଯଦି ଅନାସ୍ଥା ଗ୍ରହଣ କରନ୍ତୁ ତେବେ ବିଜେଡି ଠିକ ସମୟରେ ଠିକ ନିଷ୍ପତ୍ତି ନେବ। କିନ୍ତୁ ସାର ସଙ୍କଟ, ଆଇନଶୃଂଖଳା, ନାରୀ ନିର୍ଯାତନା ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରେ ବିଜେଡି।
Also Read
ସେପଟେ ବିଧାନସଭାରେ ବିରୋଧୀ ଓଡିଶାର ସ୍ୱାର୍ଥ ସମ୍ବଳିତ ଯାହା ପ୍ରସଙ୍ଗ ଉଠାଇବେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବିରୋଧୀ ବିଜେଡି ଓ କଂଗ୍ରେସକୁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ। ବିରୋଧୀଙ୍କ ଅନାସ୍ଥା ଆସିଲେ ପ୍ରତୀକାତ୍ମକ ଉତ୍ତର ଦିଆଯିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।




