Ibrahim Ali Khan-Palak Tiwari: ପାପାରଜିଙ୍କୁ ଦେଖି ପଲକଙ୍କୁ ଧକ୍କା ଦେଲେ ଇବ୍ରାହିମ୍, ବେସମେଣ୍ଟରେ ଲୁଚିଥିବାର ଆସିଲେ ନଜର

ibrahim-ali-khan-palak-tiwari:-ପାପାରଜିଙ୍କୁ-ଦେଖି-ପଲକଙ୍କୁ-ଧକ୍କା-ଦେଲେ-ଇବ୍ରାହିମ୍,-ବେସମେଣ୍ଟରେ-ଲୁଚିଥିବାର-ଆସିଲେ-ନଜର

ଇବ୍ରାହିମ୍ ଅଲ୍ଲୀ ଖାନଙ୍କୁ ପ୍ରେମିକା ପଲକ ତିୱାରୀଙ୍କ ସହ ଏକ ମୁଭି ଡେଟ୍‌ରେ ନଜର ଆସିଥିଲେ। ସେହି ସମୟରେ ପାପାରାଜିଠାରୁ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା।

Published By: Simran – Prameya-News7 Bureau | June 04, 2026 12:21 PM

NEWS7

ibrahim

ମୁମ୍ଵାଇ ୦୪।୦୬; ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ। ବର୍ତ୍ତମାନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ଲଭ ଲାଇଫ ଅଧିକ ଚର୍ଚ୍ଚାରେ ଅଛି। ତାଙ୍କ ନାମ ସବୁବେଳେ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କ ସହିତ ଯୋଡା ଯାଉଛି। ଗୁଜବରୁ ଜଣାପଡୁଛି ଯେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି। ସେମାନଙ୍କୁ ପ୍ରାୟତଃ ଏକାଠି ସମୟ ବିତାଉଥିବାର ଦେଖାଯାଇଛି ଏବଂ ଅନେକ ଥର ସିକ୍ରେ ଛୁଟିରେ ଯିବାର ମଧ୍ୟ ଦେଖାଯାଇଛି। ବର୍ତ୍ତମାନ ଏହି ଡେଟିଂ ଗୁଜବ ମଧ୍ୟରେ ଇବ୍ରାହିମ୍ ତାଙ୍କ ରୁମର୍ଡ ପ୍ରେମିକାଙ୍କ ସହିତ ଏକ ମୁଭି ଡେଟରେ ନଜର ଆସିଥିଲେ।

ପଲକ ତିୱାରୀ ଏବଂ ଇବ୍ରାହିମ୍ ଅଲ୍ଲୀ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ସିନେମା ଶେଷ ହେବା ମାତ୍ରେ ଜୁହୁର ପିଭିଆର ଥିଏଟରରୁ ବାହାରକୁ ବାହାରିବା ମାତ୍ରେ, ପାପାରାଜିମାନେ ତାଙ୍କୁ ଘେରି ଯାଇଥିଲେ । ଯାହା ବିଷୟରେ ସେମାନଙ୍କି ଜଣାନଥିଲା । ଭିଡିଓରେ, ଇବ୍ରାହିମ୍ ତାଙ୍କ ଫୋନରେ କଥା ହେଉଥିବା ସମୟରେ କରିଡରରୁ ବାହାରକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି। ଯେତେବେଳେ ସେ ପାପାରାଜିଙ୍କୁ ଆଗରେ ଦେଖିଲେ, ସେ ପଲକଙ୍କୁ ଇଙ୍ଗିତ କରି ଧକ୍କା ଦେଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଇବ୍ରାହିମ୍ ପଲକଙ୍କୁ ଗଣମାଧ୍ୟମରୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ, ତାଙ୍କ ପ୍ରୟାସ ସତ୍ତ୍ୱେ ଦୁହେଁ କ୍ୟାମେରାରେ କଏଦ ହୋଇଥିଲେ।

ଏହି ଭାଇରାଲ ଭିଡିଓରେ ୟୁଜର୍ସମାନେ ବିଭିନ୍ନ ପ୍ରକାରର ପୋଷ୍ଟ କରୁଛନ୍ତି। ଜଣେ ଲେଖିଛନ୍ତି, “ଯଦି ଆପଣ ଏକ ସମ୍ପର୍କରେ ଅଛନ୍ତି, ତେବେ ଏହାକୁ କାହିଁକି ଲୁଚାଇବେ?” ଅନ୍ୟ ଜଣେ ଲେଖିଛନ୍ତି, “ସେମାନଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ, ତେଣୁ ସମ୍ପର୍କକୁ ଲୁଚାଇବାର କ’ଣ ଆବଶ୍ୟକତା ଅଛି? ଏହି ସମୟରେ, ଅନେକ ୟୁଜର୍ସ ପାପାରାଜିଙ୍କ ଏଭଳି ଆଚରଣ ବିଷୟରେ ଅସନ୍ତୋଷ ପ୍ରକାଶ କରିବା ସହିତ ପଲକ ଏବଂ ଇବ୍ରାହିମଙ୍କ ପ୍ରତି ସମର୍ଥନ ପ୍ରକାଶ କରୁଛନ୍ତି।

Also Read-Ranveer Singh: ରଣବୀରଙ୍କ ଉପରୁ ହଟିଲା ‘ବ୍ୟାନ’: ଲିଗାଲ ନୋଟିସ ଫେରାଇ ନେଲା FWICE, କହିଛି – ନା କେହି ଜିତିନାହିଁ, ନା ହାରିଛନ୍ତି

Scroll to Top