ଯୁବକଙ୍କୁ ଅପହରଣ ପରେ ହତ୍ୟା । ଜଙ୍ଗଲରୁ ଠାବ ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ପୋଲସରାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଜଣେ ଯୁବକ ଅଟକ ।
Published By: Ruby – Prameya-News7 Bureau | April 19, 2026 12:17 PM
NEWS7
ଭଞ୍ଜନଗର ୧୯।୪: ପ୍ରଥମେ ଯୁବକଙ୍କୁ ଅପହରଣ । ପରେ ମିଳିଲା ମୃତଦେହ । ଗଞ୍ଜାମ ଜିଲ୍ଲା ପୋଲସରାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ରାଜଦୀପ ସାହୁ । ରାଜଦୀପକୁ ପ୍ରଥମେ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖର ଦିନ ପ୍ରାୟ ୨ଟା ସମୟରେ ରାଜଦୀପକୁ ନିଜ ଗ୍ରାମ ମାଳତେନ୍ତୁଳିଆ ନିକଟବର୍ତ୍ତୀ ଅଞ୍ଚଳରୁ ଅପହରଣ କରାଯାଇଥିଲା । ଯୁବକଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଅନ୍ୟତ୍ର ନେଇଯାଇଥିଲେ ଅପହରଣକାରୀ । ପରେ ରାଜଦୀପଙ୍କ ମୃତଦେହକୁ ସୋରଡ଼ା ଥାନା ଦାରିଙ୍ଗିବାଡି ନିକଟ ଜଙ୍ଗଲରୁ ଠାବ କରାଯାଇଥିଲା ।
Also Read:- ଦୁଇ ଦିନରେ BDA ଭାଙ୍ଗିଛି ୯୨୭ ଘର, ଦଲାଲଙ୍କ ଉପରେ କେବେ ହେବ ଆକ୍ସନ ?
ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅଭିଯୁକ୍ତ ସମେତ କିଛି ସହଯୋଗୀ ଯୁବକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲସରା ଥାନା ପୋଲିସ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।




