Donald Trump: ଟ୍ରମ୍ପ କାହିଁକି ଚୀନ ଉପରେ ଟାରିଫ ଲଗାଇବାକୁ ଡରୁଛନ୍ତି? କହିଦେଲେ ଆମେରିକା ଉପରାଷ୍ଟ୍ରପତି

donald-trump:-ଟ୍ରମ୍ପ-କାହିଁକି-ଚୀନ-ଉପରେ-ଟାରିଫ-ଲଗାଇବାକୁ-ଡରୁଛନ୍ତି?-କହିଦେଲେ-ଆମେରିକା-ଉପରାଷ୍ଟ୍ରପତି

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଜୁଲାଇ ମାସରେ ଚୀନର ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ୧୦ ବିଲିୟନ ଡଲାର ଅତିକ୍ରମ କରିଛି । ଏହା ମାର୍ଚ୍ଚ ପରେ ସର୍ବାଧିକ ମାସିକ ସ୍ତର ଅଟେ। ଟ୍ରମ୍ପ ଡରିବାର କାରଣ କଣ ? ସତ କହିଦେଲେ ଉପରାଷ୍ଟ୍ରପତି ଜେଡି ଭାନ୍ସ ।

ରୁଷିଆରୁ ତୈଳ କିଣୁଥିବା କାରଣରୁ ଭାରତ ଉପରେ ଅଧିକ ଟାରିଫ ଲଗାଇବା ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସାରା ବିଶ୍ୱରେ ସମାଲୋଚନା କରାଯାଉଛି। ତାଙ୍କୁ ପ୍ରଶ୍ନ କରାଯାଉଛି ଯେ, ଯଦି ଭାରତ ତୁଳନାରେ ରୁଷିଆରୁ ଅଧିକ ତୈଳ ଚୀନ କିଣୁଛି, ତେବେ ଚୀନ ଉପରେ ଟାରିଫ କାହିଁକି ଲଗାଯାଇନାହିଁ? ଟ୍ରମ୍ପ ପ୍ରଶାସନ ଏପର୍ଯ୍ୟନ୍ତ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇପାରିନାହିଁ।

ତେବେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱୀକାର କରିଛନ୍ତି ଯେ, ଚୀନ ଉପରେ ଟାରିଫ ଲଗାଇବା ଏକ ବେଶ କଷ୍ଟକର ନିଷ୍ପତ୍ତି। ଜେଡି ଭାନ୍ସ କହିଛନ୍ତି ଯେ, ରୁଷିଆରୁ ତୈଳ ଆମଦାନୀ ପାଇଁ ଭାରତ ଉପରେ ଅଧିକ ଟାରିଫ ବୃଦ୍ଧି କରାଯିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚୀନ ବିରୁଦ୍ଧରେ ମଧ୍ୟ ସମାନ ପଦକ୍ଷେପ ନେବା ଉପରେ ବିଚାର କରୁଛନ୍ତି। କିନ୍ତୁ ସେ ଜୋର ଦେଇ କହିଛନ୍ତି ଯେ, ଚୀନ ବିରୁଦ୍ଧରେ ଟାରିଫ ଲଗାଇବାର ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର ଏବଂ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ହେବ।

Also Read

ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ଡୋନାଲ୍ଡ ଟ୍ରମ୍ପ ଚୀନର ପ୍ରତିଶୋଧରୁ ଭୟଭୀତ। ପ୍ରକୃତରେ, ଯେତେବେଳେ ଟ୍ରମ୍ପ ପ୍ରଥମେ ଚୀନ ଉପରେ ଟାରିଫ ଲଗାଇଥିଲେ, ଚୀନ ତୁରନ୍ତ ପ୍ରତିଶୋଧ ନେଇ ଆମେରିକାକୁ ସେହି ଦୁର୍ଲଭ ଖଣିଜ ପଦାର୍ଥର ଯୋଗାଣ ବହୁତ କମ କରି ଦେଇଥିଲା । ଏହା ଆମେରିକାର ପ୍ରତିରକ୍ଷା ଶିଳ୍ପ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା ।

ବର୍ତ୍ତମାନ ସ୍ଥିତି ଏପରି ଯେ, ଆମେରିକୀୟ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ସଂଘର୍ଷ କରୁଛନ୍ତି। ଅନେକ କମ୍ପାନୀକୁ ଅସ୍ତ୍ରଶସ୍ତ୍ର ଯୋଗାଣର ତାରିଖକୁ ଦୁଇରୁ ତିନି ମାସ ଆଗକୁ ବଢ଼ାଇବାକୁ ବାଧ୍ୟ ହେବାକୁ ପଡ଼ିଛି।ଜେଡି ଭାନ୍ସ ଏହି କାରଣରୁ ସ୍ୱୀକାର କରିଛନ୍ତି ଯେ, ‘ଉଭୟ ଦେଶର ସମ୍ପର୍କ ଅନେକ ଅନ୍ୟ ବିଷୟକୁ ମଧ୍ୟ ପ୍ରଭାବିତ କରେ।’ ଅର୍ଥାତ୍, ଆମେରିକା ନିଜର ସ୍ୱାର୍ଥ ଦେଖୁଛି ଏବଂ ଭୟ ହେତୁ ଚୀନ ଉପରେ ଟାରିଫ ଲଗାଇବାରୁ ଦୂରେଇ ରହୁଛି।

ଅଧିକ ପଢ଼ନ୍ତୁ: ଓଲଟା ପଡ଼ିବ ଆମେରିକା ଟାରିଫ ପ୍ଲାନ, ନିଜ ଜାଲରେ ନିଜେ ପଡ଼ିବେ ଟ୍ରମ୍ପ !

ଓଟିଭି ହ୍ଵାଟ୍ସଅପ

Scroll to Top