ସଞ୍ଜୟ ଦତ୍ତ ଏଥର ଜଣେ ପାଗଳ ଖଳନାୟକ ଭାବେ ଦେଖାଦେବେ, ଯିଏ ଭୟଙ୍କର, ନିୟନ୍ତ୍ରଣହୀନ ଏବଂ ବିପଜ୍ଜନକ। ତାଙ୍କର ସ୍କ୍ରିନ ଉପସ୍ଥିତି ଏତେ ଦମଦାର ଯେ ଆପଣ ତାଙ୍କ ପାଗଳପଣରୁ ନିଜକୁ ବଞ୍ଚାଇପାରିବେନି । ଏହା ସଞ୍ଜୟ ଦତ୍ତଙ୍କର ଏପର୍ଯ୍ୟନ୍ତ ସବୁଠାରୁ ଭିନ୍ନ ଏବଂ ଭୟଙ୍କର ଅବତାର।
ସାଜିଦ ନାଡିଆଡୱାଲାଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ବାଗୀ ୪ର ଟିଜର ରିଲିଜ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ବହୁ ସମୟରୁ ଚର୍ଚ୍ଚାରେ ରହିଥିଲା। ବାଗୀ ୪ରେ ଟାଇଗର ଶ୍ରଫ, ସଞ୍ଜୟ ଦତ୍ତ, ସୋନମ ବାଜୱା ଏବଂ ହରନାଜ ସାନ୍ଧୁ ଭଳି କଳାକାରମାନେ ମୁଖ୍ୟ ଭୂମିକାରେ ଅଛନ୍ତି। କିନ୍ତୁ ବାଗୀ ୪ର ଟିଜର ଦେଖିଲେ କୁହାଯାଇପାରେ ଯେ ଏହା ଆନିମଲ, କିଲ ଏବଂ ମାର୍କୋ ଭଳି ଚଳଚ୍ଚିତ୍ରଗୁଡ଼ିକର ଏକ ମିଶ୍ରଣ ମନେ ହେଉଛି।
ଟିଜରରେ ଅନେକ ସ୍ଥାନରେ ବାଗୀ ୪ ଏହି ସମସ୍ତ ଚଳଚ୍ଚିତ୍ରର ଝଲକ ଦେଖାଉଛି। ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି ଟାଇଗର ଶ୍ରଫଙ୍କ ଏହି ଚଳଚ୍ଚିତ୍ର ଆନିମଲ ପରି ଲାଗୁଛି। ଟିଜରର ଆରମ୍ଭ ସଞ୍ଜୟ ଦତ୍ତ ଏବଂ ଟାଇଗର ଶ୍ରଫଙ୍କ ଠାରୁ ଆରମ୍ଭ ହେଉଛି। ଏହାପରେ ଚଳଚ୍ଚିତ୍ରରେ ବିପଜ୍ଜନକ ଆକ୍ସନ ଏବଂ କେବଳ ଆକ୍ସନ ହିଁ ଦେଖିବାକୁ ମିଳୁଛି।
tiger
Also Read
ଟାଇଗର ଶ୍ରଫ ପୁଣି ଥରେ ରନି ଚରିତ୍ରରେ ଫେରୁଛନ୍ତି, କିନ୍ତୁ ଏଥର ତାଙ୍କର ଅନ୍ଦାଜ ସବୁଠାରୁ ଭୟଙ୍କର। ପ୍ରତିଶୋଧର ନିଆଁରେ ଭରା । ରନି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏବଂ ତାଙ୍କର କ୍ରୋଧ ଏତେ ଭୟଙ୍କର ଯେ କୌଣସି ଶତ୍ରୁ ବଞ୍ଚି ପାରୁନାହିଁ।
ଏଥର ବାଗୀ ଫ୍ରାଞ୍ଚାଇଜିରେ ନୂଆ ରଙ୍ଗ ଆଣୁଛନ୍ତି ମିସ୍ ୟୁନିଭର୍ସ ୨୦୨୧ ହରନାଜ ସାନ୍ଧୁ। ହରନାଜଙ୍କ ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ ଏବଂ ଦମଦାର। ହାଉସଫୁଲ ୫ ପରେ ବାଗୀର ଦୁନିଆରେ ପାଦ ଦେଉଛନ୍ତି ସୋନମ ବାଜୱା। ନିଜର ଚମତ୍କାର ସ୍କ୍ରିନ ଉପସ୍ଥିତି ଏବଂ ଆକର୍ଷଣୀୟ ଚେହେରା ପାଇଁ ଜଣାଶୁଣା ସୋନମ ଗ୍ଲାମର ତଡ଼କା ଲଗାଇବେ ଫିଲ୍ମରେ ।
tiger
ସଞ୍ଜୟ ଦତ୍ତ ଏଥର ଜଣେ ପାଗଳ ଖଳନାୟକ ଭାବେ ଦେଖାଦେବେ, ଯିଏ ଭୟଙ୍କର, ନିୟନ୍ତ୍ରଣହୀନ ଏବଂ ବିପଜ୍ଜନକ। ତାଙ୍କର ସ୍କ୍ରିନ ଉପସ୍ଥିତି ଏତେ ଦମଦାର ଯେ ଆପଣ ତାଙ୍କ ପାଗଳପଣରୁ ନିଜକୁ ବଞ୍ଚାଇପାରିବେନି । ଏହା ସଞ୍ଜୟ ଦତ୍ତଙ୍କର ଏପର୍ଯ୍ୟନ୍ତ ସବୁଠାରୁ ଭିନ୍ନ ଏବଂ ଭୟଙ୍କର ଅବତାର।
ସାଜିଦ ନାଡିଆଡୱାଲାଙ୍କ କାହାଣୀ ଏବଂ ସ୍କ୍ରିନପ୍ଲେ ସହିତ ନିର୍ଦ୍ଦେଶକ ଏ. ହର୍ଷାଙ୍କ ନିର୍ଦ୍ଦେଶନାରେ ବାଗୀ ୪ ନିର୍ମାଣ ହୋଇଛି । ଏହି ଚଳଚ୍ଚିତ୍ରଟି ୫ ସେପ୍ଟେମ୍ବରରେ ସିନେମା ହଲରେ ରିଲିଜ ହେବ।




