କାର ଭିତରେ ଡେଡବଡ଼ି ରଖି ଡ୍ୟୁଟି କରିଥିଲା କିଲର ଦୀପକ। ସେ ଅପରାହ୍ନ ୩ ଟାରୁ ୪ ଟା ୧୫ ପର୍ଯ୍ୟନ୍ତ ପୋଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ ରଖିଥିବା କାର। ଯୋଜନା ମୁତାବକ କାର ଭିତରେ ମୃତଦେହ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାର୍କିଂରେ ରହିଥିଲା। ପରେ ଅଫିସ କାମ ସାରି ମୃତଦେହକୁ କେନ୍ଦୁଝର ନେଇଥିଲା ଅଭିଯୁକ୍ତ ଦୀପକ। ଏମିତି ଏକ ସଙ୍ଗୀନ ଓ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
Credit: OTV
Deepak came to the office carrying a dead body
ଭୁବନେଶ୍ବର : କନଷ୍ଟେବଳ ଶୁଭମିତ୍ରା ମର୍ଡର କେସରେ ଆସିଲା ବଡ଼ ଅପଡେଟ। ଗତ ୬ ତାରିଖରେ ମର୍ଡର ପରେ ସିପି ଅଫିସ ପାର୍କିଂରେ ଡେଡବଡ଼ି ରଖିଥିଲା ଦୀପକ। କାର ଭିତରେ ଡେଡବଡ଼ି ରଖି ଡ୍ୟୁଟି କରିଥିଲା କିଲର ଦୀପକ। ସେ ଅପରାହ୍ନ ୩ ଟାରୁ ୪ ଟା ୧୫ ପର୍ଯ୍ୟନ୍ତ ପୋଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ ରଖିଥିବା କାର। ଯୋଜନା ମୁତାବକ କାର ଭିତରେ ମୃତଦେହ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାର୍କିଂରେ ରହିଥିଲା। ପରେ ଅଫିସ କାମ ସାରି ମୃତଦେହକୁ କେନ୍ଦୁଝର ନେଇଥିଲା ଅଭିଯୁକ୍ତ ଦୀପକ। ଏମିତି ଏକ ସଙ୍ଗୀନ ଓ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
Also Read
କନଷ୍ଟେବଲ ଶୁଭମିତ୍ରା ହତ୍ୟାକାରୀ ଦୀପକ ରାଉତ ଗିରଫ । ଦୀପକକୁ ବାନ୍ଧିଲା କ୍ୟାପିଟାଲ୍ ଥାନା ପୋଲିସ । ଦୀପକ ରାଉତକୁ ନିଲମ୍ବନ ମଧ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ । ସିପି ଅଫିସରେ କିରାଣୀ ଭାବେ କାର୍ଯ୍ୟରତ ଥିଲା ଦୀପକ ରାଉତ । ସେପଟେମ୍ବର ୬ ତାରିଖରେ ଭୁବନେଶ୍ବରରେ ଶୁଭମିତ୍ରାଙ୍କୁ ହତ୍ୟା କରି ଘଟଗାଁ ଅଞ୍ଚଳର ଜଙ୍ଗଲରେ ମୃତଦେହକୁ ପୋତିଦେଇଥିଲା ଦୀପକ ।
ଗତକାଲି ଜଙ୍ଗଲରେ ଜେସିବି ସହାୟତାରେ ଗାତ ଖୋଳି ଅଖା ଭିତରେ ବନ୍ଧା ଅବସ୍ଥାରେ ପୋତାଯାଇଥିବା ଶୁଭମିତ୍ରାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।
- Reported by:
- CHANDAN PAIKRAY





