ଏହି କ୍ଲିନିକଗୁଡ଼ିକୁ ଆସୁଥିବା ଗ୍ରାହକମାନେ ପ୍ରାୟତଃ ଧନୀ ପରିବାରରୁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ କମ୍ କେଶ ଥିବା ପୁରୁଷମାନେ ମଧ୍ୟ ଅନ୍ତର୍ଭୁକ୍ତ। କିନ୍ତୁ ଗ୍ରାହକ ଅଧିକାଂଶ ମହିଳା ହୋଇଥାନ୍ତି, ଯେଉଁମାନେ ଅଧିକାଂଶ ସମୟ ମେକଅପରେ ଥାଆନ୍ତି ଏବଂ ସବୁବେଳେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଘୋଡାଇ ହୋଇ ରହିଥାନ୍ତି।
ଏକ ଏପରି ଦେଶ ଯେଉଁଠି ମହିଳାମାନଙ୍କ ପାଇଁ ପୁରୁଷଙ୍କ ବିନା ଯାତ୍ରା କରିବା ଉପରେ ପ୍ରତିବନ୍ଧକ, ବାହାରକୁ ଯାଇ ଚାକିରି କରିବା ଉପରେ ପ୍ରତିବନ୍ଧକ, ପାର୍କକୁ ଯିବା ଉପରେ ପ୍ରତିବନ୍ଧକ, ଜିମକୁ ଯିବା ଉପରେ ପ୍ରତିବନ୍ଧକ, ଏପରିକି ବିଶ୍ୱବିଦ୍ୟାଳୟରେ ପଢ଼ିବା ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି। ଯଦି ଆପଣଙ୍କୁ କୁହାଯାଏ ଯେ ଏପରି ଦେଶରେ ମହିଳାମାନଙ୍କ ମଧ୍ୟରେ ବୁଟକ୍ସ ଫିଲର ଭଳି କସମେଟିକ ସର୍ଜରୀର ଖୁବ୍ ଚଳଣି ରହିଛି, ତେବେ ଆପଣ ବୋଧହୁଏ ଏହା ବିଶ୍ୱାସ କରିବେ ନାହିଁ।
ଆମେ ଆଫଗାନିସ୍ତାନର କଥା କହୁଛୁ, ଯେଉଁଠି ଗତ ୪ ବର୍ଷ ହେଲା ତାଲିବାନ କବଜା କରି ରହିଛି। ଯଦି ଆପଣ ଏହି ସବୁ କଥାରେ ଆଶ୍ଚର୍ଯ୍ୟ ହେଉଛନ୍ତି, ତେବେ ଏହା ମଧ୍ୟ ଜାଣି ରଖନ୍ତୁ ଯେ ତାଲିବାନର ଯୋଦ୍ଧାମାନେ ମଧ୍ୟ ଏହି କ୍ଲିନିକଗୁଡ଼ିକରେ ଯାଇ କସମେଟିକ ସର୍ଜରୀ କରାଉଛନ୍ତି।
ରିପୋର୍ଟ ଅନୁଯାୟୀ, ତାଲିବାନର କଡ଼ା ଧାର୍ମିକ ଶାସନ, ଆଫଗାନିସ୍ତାନରେ ପ୍ରଚଳିତ ରକ୍ଷଣଶୀଳତା ଏବଂ ଦାରିଦ୍ର୍ୟ ସତ୍ତ୍ୱେ, ଦେଶରେ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧର ଅନ୍ତ ପରେ କାବୁଲରେ ପ୍ରାୟ ୨୦ଟି ଏପରି କ୍ଲିନିକ ଚାଲିଛି । ବିଦେଶରୁ ଡାକ୍ତରମାନେ, ବିଶେଷ କରି ତୁର୍କୀରୁ ଆଫଗାନମାନଙ୍କୁ ତାଲିମ ଦେବା ପାଇଁ କାବୁଲ ଯାତ୍ରା କରୁଛନ୍ତି। ଏହି ଆଫଗାନ ନାଗରିକମାନେ ଇସ୍ତାନବୁଲରେ ଇଣ୍ଟର୍ନଶିପ କରୁଛନ୍ତି। ସର୍ଜରୀ ପାଇଁ ଆବଶ୍ୟକ ଉପକରଣ ଏସିଆ ବା ୟୁରୋପରୁ ଆମଦାନୀ କରାଯାଉଛି।
Also Read
ଏହି କ୍ଲିନିକଗୁଡ଼ିକୁ ଆସୁଥିବା ଗ୍ରାହକମାନେ ପ୍ରାୟତଃ ଧନୀ ପରିବାରରୁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ କମ୍ କେଶ ଥିବା ପୁରୁଷମାନେ ମଧ୍ୟ ଅନ୍ତର୍ଭୁକ୍ତ। କିନ୍ତୁ ଗ୍ରାହକ ଅଧିକାଂଶ ମହିଳା ହୋଇଥାନ୍ତି, ଯେଉଁମାନେ ଅଧିକାଂଶ ସମୟ ମେକଅପରେ ଥାଆନ୍ତି ଏବଂ ସବୁବେଳେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଘୋଡାଇ ହୋଇ ରହିଥାନ୍ତି।
ଆଫଗାନର ଜଣେ ମହିଳା କହିଛନ୍ତି ଯଦିଓ ଅନ୍ୟମାନେ ଆମକୁ ଦେଖି ପାରନ୍ତିନି, କିନ୍ତୁ ଆମେ ନିଜକୁ ତ ଦେଖୁଛୁ । ଦର୍ପଣରେ ସୁନ୍ଦର ଦେଖାଯିବା ଆମକୁ ଶକ୍ତି ଦିଏ। ତାଲିବାନ ସରକାରଙ୍କ ପ୍ରତିବନ୍ଧକ ଯୋଗୁଁ ଏଠାରେ ମହିଳାମାନଙ୍କର କାମକୁ ଯିବା ବାଧାପ୍ରାପ୍ତ ହୋଇଛି । ସେମାନେ ଏବେ ପୁରୁଷ ଅଭିଭାବକ ବିନା ଦୂର ଯାତ୍ରା କରିପାରୁ ନାହାନ୍ତି । ସେମାନଙ୍କୁ ବିଶ୍ୱବିଦ୍ୟାଳୟ, ପାର୍କ ଏବଂ ଜିମକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଆଫଗାନିସ୍ତାନରେ ସର୍ଜିକାଲ କସମେଟିକ ଦ୍ରୁତ ଗତିରେ ବଢୁଛି, ଅନ୍ୟପଟେ ମହିଳାମାନଙ୍କ ପାଇଁ ହେୟାର ସାଲୁନ ଏବଂ ବିୟୁଟି ପାର୍ଲର ଉପରେ ପ୍ରତିବନ୍ଧକ ଲଗାଯାଇଛି। ହାମିଦୀ ୨୩ ବର୍ଷ ବୟସରେ ପ୍ରଥମ ଥର ପାଇଁ ମୁହଁର ନିମ୍ନ ଭାଗରେ ସର୍ଜରୀ କରାଇଥିଲେ। ସେ କହିଛନ୍ତି, ଯଦି ପାର୍ଲର ଖୋଲା ରହିଥାନ୍ତା, ତେବେ ଆମର ଚର୍ମ ଏହି ଅବସ୍ଥାରେ ନଥାନ୍ତା, ଆମକୁ ସର୍ଜରୀର ଆବଶ୍ୟକତା ପଡ଼ି ନଥାନ୍ତା।
ତାଲିବାନ ଅଧିକାରୀମାନେ ସାଧାରଣତଃ ଇସଲାମୀୟ ଆଇନର ବ୍ୟାଖ୍ୟା ଅନୁଯାୟୀ ଶାରୀରିକ ବୈଶିଷ୍ଟ୍ୟ ବଦଳାଇବାକୁ ମନା କରନ୍ତି। ଏହି କ୍ଷେତ୍ରର ଲୋକମାନେ କହିଛନ୍ତି ଯେ ଏହାକୁ ଔଷଧ ବୋଲି ଗଣାଯାଉଥିବାରୁ ଏହାର ଅନୁମତି ଦିଆଯାଇଛି। କ୍ଲିନିକ କର୍ମଚାରୀମାନେ କହିଛନ୍ତି ଯେ ସରକାର ସେମାନଙ୍କ କାମରେ ହସ୍ତକ୍ଷେପ କରୁନାହିଁ, କିନ୍ତୁ ଯାଞ୍ଚ କରାଯାଏ ଯେ ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ ଦୂରତା ରଖାଯାଇଛି କି ନାହିଁ । ପୁରୁଷ ଲୋକଙ୍କ ପାଇଁ ଜଣେ ପୁରୁଷ ନର୍ସ ଏବଂ ମହିଳାଙ୍କ ପାଇଁ ଜଣେ ମହିଳା ନର୍ସ ରହିଛନ୍ତି।
କେତେକ କ୍ଲିନିକ କର୍ମଚାରୀ ଦାବି କରିଛନ୍ତି ଯେ ତାଲିବାନର ସଦସ୍ୟମାନେ ମଧ୍ୟ ସେମାନଙ୍କ ଗ୍ରାହକ ଅଟନ୍ତି। ଆଫଗାନିସ୍ତାନରେ କେଶ ବା ଦାଢ଼ି ନଥିବା ଦୁର୍ବଳତାର ସଙ୍କେତ ବୋଲି ଗଣାଯାଏ । ତାଲିବାନ ପୁରୁଷମାନଙ୍କୁ ସେମାନଙ୍କ ଦାଢ଼ିକୁ ଅତି କମରେ ମୁଠା ଲମ୍ବା ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ଟ୍ରାନ୍ସପ୍ଲାଣ୍ଟ ଫ୍ୟାଶନେବଲ ହୋଇଛି। କ୍ଲିନିକରେ ବୁଟକ୍ସ ପାଇଁ ୪୦୦୦ରୁ ୭୫୦୦ ଟଙ୍କା ଏବଂ ହେୟାର ଇମ୍ପ୍ଲାଣ୍ଟ ପାଇଁ ୨୩୦୦ରୁ ୪୫୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି।




