ଆଇପିଏଲ୍ ୨୦୨୬ର ୧୪ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ଅଧିନାୟକ ଶୁଭମନ ଗିଲ୍ ୭୦ ରନର ଦମଦାର ଇନିଂସ ଖେଳିଥିବା ବେଳେ ଜୋସ ବଟଲର ୫୨ ରନ ଓ ଓ୍ଵାଂଶିଟନ ସୁନ୍ଦର ୫୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି।
Published By: Deepak – Prameya-News7 Bureau | April 08, 2026 09:18 PM
NEWS7
DC vs GT IPL: ଆଇପିଏଲ୍ ୨୦୨୬ର ୧୪ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ଅଧିନାୟକ ଶୁଭମନ ଗିଲ୍ ୭୦ ରନର ଦମଦାର ଇନିଂସ ଖେଳିଥିବା ବେଳେ ଜୋସ ବଟଲର ୫୨ ରନ ଓ ଓ୍ଵାଂଶିଟନ ସୁନ୍ଦର ୫୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଦିଲ୍ଲୀ ସାମ୍ନାରେ ରହିଛି ୨୧୧ ରନର ବିଜୟ ଲକ୍ଷ୍ୟ। ଚଳିତ ସିଜିନରେ ଦିଲ୍ଲୀ ନିଜର ପ୍ରଥମ ୨ଟି ମ୍ୟାଚ୍ ଜିତି ସାରିଛି। ଅନ୍ୟପଟେ ଗୁଜରାଟକୁ ପ୍ରଥମ ବିଜୟ ଲକ୍ଷ୍ୟ ଅପେକ୍ଷାରେ ରହିଛି। ଗୁଜରାଟ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
Updating…




