D

d

ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ। ହାତ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଲେ। ମୃତ୍ୟୁ ପାଇଁ ଜଣେ ପୋଲିସ SIଙ୍କୁ ଦାୟୀ କଲେ ଡାକ୍ତରାଣୀ।

author-image

doctor suicide case

doctor suicide case Photograph: (OTV)

ମହାରାଷ୍ଟ୍ର (Maharashtra) ରେ ମହିଳା ଡାକ୍ତରଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ। ହାତ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଛନ୍ତି। ମୃତ୍ୟୁ ପାଇଁ ଜଣେ ପୋଲିସ ଏସଆଇଙ୍କୁ ଦାୟୀ କରିଛନ୍ତି ମହିଳା ଡାକ୍ତର। ମୃତ୍ୟୁ ପଛର କାରଣ ଓ ପୋଲିସ ଏସଆଇଙ୍କ ନାଁ ଲେଖି ଜୀବନ ହାରିଛନ୍ତି। ନିଜ ହାତରେ ସେ ଲେଖିଥିଲେ, ଗତ ୫ ମାସରେ ସଂପୃକ୍ତ ପୋଲିସ ଅଧିକାରୀ ୪ ଥର ଦୁଷ୍କର୍ମ କରିଛନ୍ତି। 
ପୋଲିସ ଏସଆଇ ଗୋପାଳ ବଡନେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ବାରମ୍ବାର ନିର୍ଯାତନା ପରେ ନିଜକୁ ଶେଷ କରିଦେବା ନିଷ୍ପତ୍ତି ନେଲେ ବୋଲି ଲେଖିଛନ୍ତି ମହିଳା ଡାକ୍ତର। ସେହିପରି ସେ ରହୁଥିବା ଘର ମାଲିକଙ୍କ ପୁଅ ପ୍ରଶାନ୍ତ ବଙ୍କରଙ୍କ ବି ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଛନ୍ତି। ହାତରେ ଲେଖିଥିବା ସୁଇସାଇଡ୍ ନୋଟ୍ ସାମନାକୁ ଆସିବା ପରେ ମହିଳା ଡାକ୍ତରଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିଛି। 
ସତରାରେ ଘଟିଥିବା ଏହି ଘଟଣାରେ ମହାରାଷ୍ଟ୍ର ପୋଲିସ ଅଭିଯୁକ୍ତ ଏସଆଇ ଗୋପାଳ ବଡନେଙ୍କୁ ଚାକିରିରୁ ନିଲମ୍ବନ କରିଛି। ଗୋପାଳ ଓ ପ୍ରଶାନ୍ତର କୌଣସି ସନ୍ଧାନ ମିଳୁ ନଥିବା ବେଳେ ଦୁହିଁଙ୍କୁ ଧରିବାକୁ ତନାଘନା ଜାରି ରହିଛି। ସେମାନଙ୍କ ନାଁରେ ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। 
ମୃତ ମହିଳା ଡାକ୍ତର ଫଲଟନ୍ ଉପଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଅଧିକାରୀ ଭାବରେ କାମ କରୁଥିଲେ। ଗତକାଲି ସେ ଜୀବନ ହାରିଥିବା ବେଳେ ଦୁଇ ଦିନ ତଳେ ନିର୍ଯାତନା ନେଇ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।
•    ପାପୁଲିରେ କାରଣ ଲେଖି ସୁଇସାଇଡ୍ 
•    ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ
•    ହାତ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଲେ
•    ମୃତ୍ୟୁ ପାଇଁ ଜଣେ ପୋଲିସ SIଙ୍କୁ ଦାୟୀ କଲେ ଡାକ୍ତରାଣୀ
•    ପାପୁଲିରେ ଲେଖିଛନ୍ତି ପୋଲିସ SIଙ୍କ ସମେତ ୨ ଜଣଙ୍କ ନାଁ 
•    ପୋଲିସ SI ଗୋପାଳ ବଡନେଙ୍କ ନାଁ ଲେଖିଛନ୍ତି
•    ୫ ମାସରେ ପୋଲିସ SI ୪ ଥର ଦୁଷ୍କର୍ମ କରିଥିବା ଅଭିଯୋଗ
•    ଘର ମାଲିକଙ୍କ ପୁଅ ପ୍ରଶାନ୍ତ ବଙ୍କରଙ୍କ ନାଁରେ ବି ଅଭିଯୋଗ
•    ଅଭିଯୁକ୍ତ SI ଗୋପାଳ ବଡନେ ଚାକିରିରୁ ନିଲମ୍ବିତ
•    ଗୋପାଳ ଓ ପ୍ରଶାନ୍ତକୁ ଧରିବାକୁ ମହାରାଷ୍ଟ୍ର ପୋଲିସର ତନାଘନା

Scroll to Top