ମା’ଙ୍କ ରୋଗ ଯନ୍ତ୍ରଣା ସହିନପାରି ଜୀବନ ହାରିଲେ ଯୁବକ, ଛାଡ଼ିଗଲେ ଭାବବିହ୍ବଳ ଶେଷ ମେସେଜ୍
Published By: Ruby – Prameya-News7 Bureau | October 25, 2025 01:08 PM
NEWS7
ସମ୍ବଲପୁର ୨୫।୧୦: ମା’ଙ୍କ ରୋଗ ଯନ୍ତ୍ରଣା ସହିନପାରି ଜୀବନ ହାରିଲେ ଯୁବକ । ବୁର୍ଲା ପାୱାର କେନାଲକୁ ଡେଇଁ ଜୀବନ ହାରିଛନ୍ତି ସୌରଭ ସମ୍ବିତ ତ୍ରିପାଠୀ । ବୁର୍ଲା ଭୀମସାରରୁ ନିଖୋଜ ୨୨ ବର୍ଷ ବୟସ୍କ ପୁଅ ସୌରଭ ସମ୍ବିତ ତ୍ରିପାଠୀଙ୍କ ମୃତଦେହ ଶନିବାର ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ଅଗ୍ନିଶମ ଓ ପୋଲିସ ଉଦ୍ଧାର କରିଛି । ବୁର୍ଲା ପାଓ୍ବାର କେନାଲକୁ ଡେଇଁ ଜୀବନ ହାରିଥିବା ସନ୍ଦେହ କରାଯାଉଥିଲା ।
ମା’ଙ୍କ ମୋବାଇଲକୁ ଶେଷ ମେସେଜ୍ ଛାଡି ନିଖୋଜ ହେବା ପରେ ସନ୍ଦେହ ଘନୀଭୂତ ହୋଇଥିଲା । ମା’ଙ୍କ ପାଖକୁ ପୁଅ ସୌରଭ ସମ୍ବିତ ତ୍ରିପାଠୀଙ୍କ ଶେଷ ମେସେଜ ଥିଲା । ମା’ ମୁଁ ତୁମ ଦୁଃଖ ଦେଖି ପାରୁନି… ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି ”- ମା’ଙ୍କ ମୋବାଇଲରେ ଛାଡିଗଲା ଶେଷ ମେସେଜ । ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀ ୨୨ ତାରିଖରୁ ନିଖୋଜ ହୋଇଥିଲେ । ଏପଟେ ମା’ କିଡନୀ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ।




