ଉଦଳା: ଗର୍ଭବତୀଙ୍କୁ ଅଲଗା ନମ୍ବରରୁ ଫୋନ୍ କଲ୍ । କହିଲେ ଅଙ୍ଗନବାଡିର ଉପର ଅଫିସର କହୁଛି । ପଚାରିଲେ ତମକୁ ଠିକ୍ ସମୟରେ ଅଣ୍ଡା ଛତୁଆ ମିଳୁଛି କି ନାହିଁ । ମହିଳା ଜଣଙ୍କ କିଛି ସମୟ କଥାବାର୍ତ୍ତା ପରେ ଆକାଉଣ୍ଟ ନମ୍ବର ବି ଦେଲେ । ପରେ ଆକାଉଣ୍ଟରୁ ଲୁଟିନେଲେ ଟଙ୍କା। ଏଭଳି ଘଟଣା ଉଦଳା ଥାନା ଧାନଘେରା ଗ୍ରାମରେ । ଫଳରେ ମହିଳା ଜଣଙ୍କ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି ।
also read…Dgp on drugs: ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ, କାହିଁକି ଏପରି କହିଲେ ଡିଜିପି
ସୂଚନା ଥାଉକି, ଅଜଣା ନମ୍ବରରୁ ଧାନଘେରା ଗ୍ରାମର ଗର୍ଭବତୀ ମହିଳା ଶକୁନ୍ତଳା ବେହେରାଙ୍କୁ ଆସିଥିଲା ଫୋନ କଲ୍ । ଅଙ୍ଗନବାଡିର ଉପରିସ୍ଥ ଅଧିକାରୀ କହୁଛନ୍ତି, କେତେ ମାସ ହେବ ଅଣ୍ଡା ଛତୁଆ ପାଇ ନାହାନ୍ତି ବୋଲି ପଚାରିଲେ । ତାହା ପରେ ଶକୁନ୍ତଳାଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗିଥିଲେ । କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ସାଇବର ଲୁଟେରା ମାନେ ଲୁଟ୍ର ନୂଆ ଫଣ୍ଡା ଆପଣେଇ ଲୁଟ କରିଥିବା ବେଳେ ଶିକାର ହୋଇଥିବା ମହିଳା ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।




