କେନ୍ଦୁଝର ଜିଲ୍ଲାରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଶାସନ ନିକଟରେ ୩୭ଦଫା ଦାବି ଉପସ୍ଥାପନ କଲେ ଲୋକେ

କେନ୍ଦୁଝର-ଜିଲ୍ଲାରେ-ପ୍ରସ୍ତାବିତ-ମେଗା-ଷ୍ଟିଲ୍-ପ୍ଲାଣ୍ଟ-ପାଇଁ-ଗ୍ରାମସଭା,-ପ୍ରଶାସନ-ନିକଟରେ-୩୭ଦଫା-ଦାବି-ଉପସ୍ଥାପନ-କଲେ-ଲୋକେ

ପାଟଣା ୨୦।୩: ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦୁଝର । ଏଥିପାଇଁ ଶୁକ୍ରବାର ପାଟଣା ବ୍ଲକର ଧନୁର୍ଜୟପୁର ଗାଁର ୪ର୍ଥ ଗ୍ରାମସଭା ସଫଳତାର ସହିତ ଶେଷ ହୋଇଛି । ଏଠାରେ ୫୭.୧୧୦ ଏକର ଜମି ଅଧିଗ୍ରହଣ କରିବାକୁ ଥିବାବେଳେ, ଏକର ପିଛା ୫୦କୋଟି ଟଙ୍କା ଦାବି କରିବା ସହ  ୩୭ ଦଫା ଦାବି ପ୍ରଶାସନ ନିକଟରେ ଉପସ୍ଥାପିତ କରିଛନ୍ତି ଲୋକେ ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମଣା ଗ୍ରାମ ପଞ୍ଚାୟତର ଧନୁର୍ଜୟପୁର ଗାଁ । ଜିଲ୍ଲାର ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପ ପାଇଁ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ଗ୍ରାମସଭା । ଏଥିପାଇଁ ଗାଁର ୪୪ଟି ଖାତାର ୧୬୯ଟି ପ୍ଲଟ୍‌ର ୫୭.୧୧୦ ଏକର ଘରୋଇ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କ ମତାମତ ଗ୍ରହଣ କରାଯାଇଥିଲା । ଗ୍ରାମର ୨୩.୪୮୦ ଏକର ସରକାରୀ ଜମିକୁ ମିଶାଇ ସମୁଦାୟ ୪୫ ପ୍ରତିଶତ ଜମି ଅଧିଗ୍ରହଣ ହେବ । ଚେମଣା ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମସଭାରେ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

​​​​​​​

ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପ ପାଇଁ ୧୨ଟି ଗ୍ରାମସଭା ମଧ୍ୟରୁ ଶୁକ୍ରବାର ୪ର୍ଥ ଗ୍ରାମସଭା ସଫଳତାର ସହିତ ଶେଷ ହୋଇଛି । ଗ୍ରାମର ପାଖାପାଖି ଅଧା ଜମି ଷ୍ଟିଲ୍ ପ୍ଲାଣ୍ଟରେ ଯାଉଥିବା କାରଣରୁ ଲୋକମାନେ ଏଥିପାଇଁ ୩୭ ଦଫା ଦାବି ପ୍ରଶାସନ ନିକଟରେ ଉପସ୍ଥାପିତ କରିଛନ୍ତି  l ଏଥିମଧ୍ୟରେ ଜମିହରାଙ୍କୁ ଏକର ପିଛା ୫୦ କୋଟି ଟଙ୍କାର କ୍ଷତିପୂରଣ, ନିଯୁକ୍ତି ସହ ଅନ୍ୟାନ୍ୟ ଦାବି କରିଛନ୍ତି ।

Also Read:- Son Missing: ଚିକିତ୍ସା ପାଇଁ ଆଣିଥିଲେ, ପୁଅ ଭଲ ହେଲା କିନ୍ତୁ କୁଆଡ଼େ ପଳାଇଲା ; ଖୋଜି ଖୋଜି ନୟାନ୍ତ ମାଆ-ଭଉଣୀ

ପାଟଣା ବ୍ଲକରେ JSW ଏବଂ ପୋସ୍କୋ କମ୍ପାନୀର ମିଳିତ ସହଯୋଗରେ ୪୦ ହଜାର କୋଟି ଟଙ୍କା ନିବେଶର ବାର୍ଷିକ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାନେଇ ଏବେ ଗ୍ରାମସଭା ଅନୁଷ୍ଠିତ ହେଉଛି । ଏଥିପାଇଁ ପାଟଣା ବ୍ଲକ ଚେମଣା ପଞ୍ଚାୟତର ୮ଟି, ଜମୁନାପଶି ପଞ୍ଚାୟତରେ ୪ଟି ଗାଁ, ଏହିପରି ସମୁଦାୟ ୧୨ଟି ଗାଁରେ ୨ ହଜାର ୪୬୬ ଏକର ଜମି ଅଧିଗ୍ରହଣ କରାଯିବ । ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ ।

Scroll to Top