Cloudburst: ପୁଣି ଜଳ ପ୍ରଳୟ; ବାଦଲ ଫଟା ‍ବର୍ଷାରେ ହାହାକାର ସ୍ଥିତି, ଏକାଧିକ ନିଖୋଜ

cloudburst:-ପୁଣି-ଜଳ-ପ୍ରଳୟ;-ବାଦଲ-ଫଟା-‍ବର୍ଷାରେ-ହାହାକାର-ସ୍ଥିତି,-ଏକାଧିକ-ନିଖୋଜ

ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ବହୁ ଘର, ମନ୍ଦିର, ଦୋକାନ, ହୋଟେଲ୍, ରେଷ୍ଟୁରାଣ୍ଟ ବୁଡ଼ାଇବା ସହ ଏକାଧିକ ଲୋକ ଭାସି ଯାଇଛନ୍ତି।

ଦେବଭୂମୀ ଉତ୍ତରାଖଣ୍ଡର ପିଛା ଛାଡ଼ୁନି ପ୍ରଳୟ। ପୁଣି ବାଦଲଫଟା ବର୍ଷା, ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ହେଉଛି ସାରା ରାଜ୍ୟ। ପାହାଡ଼ରୁ ଯେମିତି ମାଡ଼ି ଆସୁଛି ପ୍ରଳୟ। ଜଳ ପ୍ରଳୟରେ ଛାରଖାର ଡେରାଡୁନ୍ ସହର। ଗତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ତମସା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ତପକେଶ୍ବର ଶିବ ମନ୍ଦିର ବୁଡି ଯାଇଛି। ପ୍ରକୃତି ବାରମ୍ବାର ଦାଉ ସାଧି ଚାଲିଥିବାରୁ ଡେରାଡୁନ ସହରରେ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି।

ଶହସ୍ତ୍ରଧାରା ଅଞ୍ଚଳରେ ବହୁ ଦୋକାନ ଘର ଓ ହୋଟେଲ ଭାସି ଯାଇଥିବାର ସୂଚନା ମିଳିଛି। ଚନ୍ଦ୍ରଭାଗା ନଦୀରେ ମଧ୍ୟ ପ୍ରବଳ ବନ୍ୟା ଆସିଛି। ସେଠାରେ ମନ୍ଦିର, ଦୋକାନ ଘର ବୁଡ଼ାଇବା ସହ ଏକାଧିକ ଲୋକଙ୍କୁ ଭସାଇ ନେଇଛି। ବାଦଲ ଫଟା ବର୍ଷାରେ ବାରମ୍ବାର ବେହାଲ ହେଉଛି ଉତ୍ତରାଖଣ୍ଡ। ରିଷିକେଶ ମଧ୍ୟ ଘୋର ପ୍ରଭାବିତ ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବୋଲି କହିଛନ୍ତି। ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଆଜି ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହୋଇ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ବିଳମ୍ବିତ ରାତିରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ନିଖୋଜ ଦୁଇ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ସଭିନ୍ ବଂଶଲ, ଉପ-ବିଭାଗୀୟ ମାଜିଷ୍ଟ୍ରେଟ୍ (SDM) କୁମକୁମ୍ ଜୋଶୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେ ଉଦ୍ଧାରକାରୀ ଅଧିକାରୀମାନଙ୍କୁ ଯଥାଶୀଘ୍ର ନିଖୋଜ ଦୁଇ ଜଣଙ୍କୁ ଖୋଜି ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନଡିଆରଏଫ, ଏସଡିଆରଏଫ, ପିଡବ୍ଲୁଡି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ବୁଲଡୋଜର ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

Also Read

ଗତ ମାସରେ ଚମୋଲି ଜିଲ୍ଲା ଥରାଲି ଗାଁରେ ହଠାତ୍ ଆସିଥିଲା ଭୟଙ୍କର ବନ୍ୟା। ବାଦଲଫଟା ବର୍ଷା ଯୋଗୁଁ ପାହାଡ଼ରୁ ମାଡ଼ି ଆସିଥିଲା ପ୍ରଳୟ। ନିମିଷକରେ ଭୁଶୁଡ଼ି ପଡ଼ିଥିଲା ବଡ଼ ବଡ଼ କୋଠା, ଭାସି ଯାଇଥିଲା ରାସ୍ତା ଘାଟ ଓ ଲୋକଙ୍କ ଘରଦ୍ବାର। ସେ ଛାତିଥରା ଦୃଶ୍ୟ ଏବେ ବି ଦେଖିଲେ ଲୋମ ଟାଙ୍କୁରି ଉଠେ। ତେବେ ମାତ୍ର ୩ ସପ୍ତାହ ନବିତୁଣୁ ପୁଣି ଦେବଭୂମିରେ ପ୍ରକୃତିର ଜଳ ପ୍ରଳୟ ଲୋକଙ୍କୁ ଆତଙ୍କିତ କରିବା ସହ ଜୀବନକୁ ଦୁର୍ବିସହ କରି ଦେଇଛି।

ଏକ ସରକାରୀ ଆକଳନ ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲରୁ ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୮୫ ଜଣଙ୍କର ମୃତ୍ୟୁ ହୋଇଛି, ୧୨୮ ଜଣ ଆହତ ହୋଇଛନ୍ତି ଏବଂ ୯୪ ଜଣ ନିଖୋଜ ଅଛନ୍ତି।

ଗତ ସେପ୍ଟେମ୍ବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ବିପର୍ଯ୍ୟୟଗ୍ରସ୍ତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ପାଇଁ ଡେରାଡୁନ ଗସ୍ତ କରିଥିଲେ। ସେ ପ୍ରଭାବିତ ଅଞ୍ଚଳ ପାଇଁ ୧୨୦୦ କୋଟି ଟଙ୍କାର ଆର୍ଥିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ: ପ୍ରବଳ ବର୍ଷା; ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Scroll to Top