ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ।
Credit: OTV
ସର୍ବଦଳୀୟ
ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିବ। ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ। ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ବୈଠକ ଡାକିଛନ୍ତି ବାଚସ୍ପତି । ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସର୍ବଦଳୀୟ ବୈଠକ ବସିବ।
ଏଥର ବିଧାନସଭା ମୌସୁମୀ ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି। ଆସନ୍ତାକାଲି ଅପରାହ୍ନ ୫ଟାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ସେହିପରି କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ । ଏଥିସହ ବିଜେପି ବିଧାୟକମାନଙ୍କ ବୈଠକ ବସିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେପି ବିଧାୟକମାନଙ୍କ ବୈଠକ । ସେଠାରେ ଉପସ୍ଥିତ ରହିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।





