ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ECI) ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ସମେତ ୬ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଦେଶରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ମତଦାନ ପୂର୍ବରୁ ସମସ୍ତ ଯୋଗ୍ୟ ନାଗରିକ ନିଜର ନାମ ସରକାରୀ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛି କି ନାହିଁ ତାହା ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ପରାମର୍ଶ ଦେଇଛନ୍ତି।
ମତଦାନ କେନ୍ଦ୍ରରେ ଶେଷ ମୁହୂର୍ତ୍ତର ଅସୁବିଧାରୁ ବର୍ତ୍ତିବା ପାଇଁ ଭୋଟରମାନେ ଅନଲାଇନ୍ରେ ନିଜର ନାମ ଯାଞ୍ଚ କରିପାରିବେ। ଆପଣ ପ୍ରଥମ ଥର ପାଇଁ ଭୋଟ୍ ଦେଉଥାଆନ୍ତୁ କିମ୍ବା ନିକଟରେ ନିଜର ଠିକଣା ବଦଳାଇଥାଆନ୍ତୁ, ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ଭୋଟର ତାଲିକାରେ ନିଜ ନାମ ଥିବା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ନିର୍ବାଚନ ଆୟୋଗ ‘ଭୋଟର୍ସ ସର୍ଭିସ୍ ପୋର୍ଟାଲ‘ ମାଧ୍ୟମରେ ପ୍ରକ୍ରିୟାକୁ ବେଶ୍ ସହଜ କରିଦେଇଛନ୍ତି।
Step- 2(ଷ୍ଟେପ୍ ୨): ସର୍ଚ୍ଚ କରିବାର ମାଧ୍ୟମ ବାଛନ୍ତୁ
ଆପଣଙ୍କୁ ନିଜ ନାମ ଖୋଜିବା ପାଇଁ ମୁଖ୍ୟତଃ ୩ଟି ବିକଳ୍ପ ମିଳିବ:
- Search by EPIC (ଏପିକ୍ ନମ୍ବର ଦ୍ୱାରା): ନିଜର ଭୋଟର ପରିଚୟ ପତ୍ରରେ ଥିବା ଏପିକ୍ (EPIC) ନମ୍ବର ଏବଂ ନିଜ ରାଜ୍ୟର ନାମ ଦିଅନ୍ତୁ। ଏହା ହେଉଛି ସବୁଠାରୁ ଦ୍ରୁତ ଏବଂ ସଠିକ୍ ମାଧ୍ୟମ।
- Search by Details (ବିବରଣୀ ଦ୍ୱାରା): ଆପଣ ନିଜର ନାମ, ବାପା/ସ୍ୱାମୀଙ୍କ ନାମ, ବୟସ, ଲିଙ୍ଗ, ରାଜ୍ୟ ଏବଂ ଜିଲ୍ଲାର ନାମ ଦେଇ ମଧ୍ୟ ମାନୁଆଲ୍ ଭାବେ ସର୍ଚ୍ଚ କରିପାରିବେ।
- Search by Mobile (ମୋବାଇଲ୍ ନମ୍ବର ଦ୍ୱାରା): ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଭୋଟର ଆଇଡି ସହ ଲିଙ୍କ୍ ହୋଇଛି, ତେବେ ଓଟିପି (OTP) ମାଧ୍ୟମରେ ଆପଣ ତୁରନ୍ତ ନିଜର ବିବରଣୀ ପାଇପାରିବେ।
Step- 3(ଷ୍ଟେପ୍- ୩): କ୍ୟାପଚା (Captcha) ଦିଅନ୍ତୁ
ଆବଶ୍ୟକୀୟ ସୂଚନା ପୂରଣ କରିବା ପରେ ସ୍କ୍ରିନରେ ଦେଖାଯାଉଥିବା କ୍ୟାପଚା କୋଡ୍କୁ ସଠିକ୍ ଭାବେ ଟାଇପ୍ କରନ୍ତୁ।
ଷ୍ଟେପ୍ ୪: ରେଜଲ୍ଟ ଦେଖନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ
ଏବେ ‘Search’ ବଟନ୍ ଉପରେ କ୍ଲିକ୍ କରନ୍ତୁ। ଯଦି ଆପଣଙ୍କ ନାମ ତାଲିକାରେ ଥିବ, ତେବେ ପୃଷ୍ଠାର ତଳ ଭାଗରେ ଆପଣଙ୍କର ପାର୍ଟ ନମ୍ବର, ସିରିଏଲ୍ ନମ୍ବର ଏବଂ ପୋଲିଂ ଷ୍ଟେସନ୍ ଆଦିର ସମ୍ପୂର୍ଣ୍ଣ ବିବରଣୀ ଆସିଯିବ। ଆପଣ ‘View Details’ ରେ କ୍ଲିକ୍ କରି ନିଜର “ଭୋଟର ଇନଫର୍ମେସନ୍ ସ୍ଲିପ୍” (Voter Information Slip) ପ୍ରିଣ୍ଟ୍ କିମ୍ବା ଡାଉନଲୋଡ୍ କରି ନିଜ ପାଖରେ ରଖିପାରିବେ।
Also Read: Luhansk Coal Mine Strike: ୟୁକ୍ରେନ୍ ଆକ୍ରମଣରେ ଥରିଲା ଲୁହାନ୍ସ୍କ, କୋଇଲା ଖଣିରେ ମାଟି ତଳେ ଫସିଲେ ୪୧ ଶ୍ରମିକ
ଯଦି ତାଲିକାରେ ନାମ ନଥାଏ, ତେବେ କ’ଣ କରିବେ?
ଯଦି ସର୍ଚ୍ଚ କରିବା ପରେ କୌଣସି ବିବରଣୀ ଆସୁନାହିଁ, ତେବେ ହୁଏତ ଆପଣଙ୍କ ନାମ କାଟି ଦିଆଯାଇଛି କିମ୍ବା ପଞ୍ଜୀକୃତ ହୋଇନାହିଁ। ଏପ୍ରିଲ୍ ମାସରେ ହେବାକୁ ଥିବା ନିର୍ବାଚନ ପର୍ଯ୍ୟାୟ ପାଇଁ ନୂଆ ପଞ୍ଜୀକରଣ ସମୟସୀମା ଅନେକ ରାଜ୍ୟରେ ଶେଷ ହୋଇଯାଇଥିଲେ ମଧ୍ୟ, ମେ’ ମାସର ପର୍ଯ୍ୟାୟ କିମ୍ବା ଭବିଷ୍ୟତର ନିର୍ବାଚନ ପାଇଁ ସହାୟତା ନିମନ୍ତେ ଆପଣ ତୁରନ୍ତ ନିଜ ଅଞ୍ଚଳର ବୁଥ୍ ଲେଭଲ୍ ଅଫିସର (BLO) ଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ଜାତୀୟ ଭୋଟର ହେଲ୍ପଲାଇନ୍ ନମ୍ବର ୧୯୫୦ (1950) କୁ କଲ୍ କରି ସହାୟତା ମାଗିପାରିବେ।




