ପୂର୍ବରୁ ଦିଲ୍ଲୀପଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା କ୍ରାଇମବ୍ରାଞ୍ଚ। ଏପରିକି ସେ ଦୀର୍ଘଦିନ ଧରି ସ୍କାନରରେ ରହି ଆସିଥିଲେ। ୨୦୧୯ରେ କଂଗ୍ରେସରୁ ଟିକଟ ପାଇ ଲଢିଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ। ଶେଷରେ ୨୦୨୪ ନିର୍ବାଚନରେ ସେ ବିଜେଡିରୁ ଟିକଟ ପାଇ ଲଢିଥିଲେ ବି ହାରି ଯାଇଥିଲେ।
Credit: OTV
BJD leader Dilip Nayak summoned by the Economic Offences Wing of the Crime Branch
କଟକ: ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ବାଦାମବାଡ଼ି ଘରେ ପ୍ରେରଥମେ ପଶି ରେଡ୍ କଲା ପରେ ଉଠାଇନେଇଛି EOW। ଏକ ଜମିଜମା ମାମଲାରେ ଖୋଳତାଡ କରି ତାଙ୍କୁ ଅଧିକ ଜେରା ପାଇଁ ଉଠାଇ ନେଇଥିବା ଚରକଚକଚା ହେଉଛି। ତେବେ ଏନେଇ କ୍ରାଇମବ୍ରାଞ୍ଚର କୌଣସି ଅଧିକାରୀ ମୁହଁ ଖୋଲି ନାହାନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରଥମେ ଘରକୁ ଯାଇ ପଚରାଉଚରା କରିଥିଲା ଟିମ। ଏହାପରେ କାଗଜପତ୍ର ଯାଞ୍ଚ ପରେ ତାଙ୍କୁ ଉଠାଇନେଇଥିଲା .ଟିମ୍। ଗତ ୨୦୨୪ ନିର୍ବାଚନରେ ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ଥିଲେ ଦିଲ୍ଲୀପ। ତେବେ କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ନେବା ସମୟରେ ଦିଲ୍ଲୀପ ପ୍ରତିକ୍ରୀୟା ରଖି କହିଛନ୍ତି,
Also Read
ରାଜନୈତିକ ଆକ୍ରୋଶରୁ ଏଭଳି ପଦକ୍ଷେପ।
ପୂର୍ବରୁ ଦିଲ୍ଲୀପଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା କ୍ରାଇମବ୍ରାଞ୍ଚ। ଏପରିକି ସେ ଦୀର୍ଘଦିନ ଧରି ସ୍କାନରରେ ରହି ଆସିଥିଲେ। ୨୦୧୯ରେ କଂଗ୍ରେସରୁ ଟିକଟ ପାଇ ଲଢିଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ। ଶେଷରେ ୨୦୨୪ ନିର୍ବାଚନରେ ସେ ବିଜେଡିରୁ ଟିକଟ ପାଇ ଲଢିଥିଲେ ବି ହାରି ଯାଇଥିଲେ।
- Reported by:
- GAUTAM PANDA