Assam Election: ଧନୀ ପ୍ରାର୍ଥୀଙ୍କ ତାଲିକାରେ ସେୱଲି ମୋହିଲାରୀ, ସବୁଠୁ ଆଗରେ ୭୦ ବର୍ଷୀୟ ମହମ୍ମଦ ବଦରୁଦ୍ଦିନ୍

assam-election:-ଧନୀ-ପ୍ରାର୍ଥୀଙ୍କ-ତାଲିକାରେ-ସେୱଲି-ମୋହିଲାରୀ,-ସବୁଠୁ-ଆଗରେ-୭୦-ବର୍ଷୀୟ-ମହମ୍ମଦ-ବଦରୁଦ୍ଦିନ୍

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନରେ ଧନୀ ମହିଳା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା କୋକରାଝାର ବିଧାନସଭା ନିର୍ବାଚନମଣ୍ଡଳୀର ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF) ପ୍ରାର୍ଥୀ ସେୱଲି ମୋହିଲାରୀଙ୍କର ୩୭ଟି ବ୍ୟାଙ୍କ ଆକାଉଣ୍ଟ ଅଛି ଏବଂ ତାଙ୍କର ୧୬ଟି ଟିପର୍ ଟ୍ରକ୍ ଏବଂ ଚାରୋଟି ଟ୍ରାକ୍ଟର ସମେତ ୩୨ଟି ଗାଡ଼ି ଅଛି। ୪୯ ବର୍ଷୀୟ ପ୍ରାର୍ଥୀ, ଯିଏକି ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ କାଉନସିଲ୍ ମୁଖ୍ୟ ହାଗ୍ରାମା ମୋହିଲାରୀଙ୍କ ପତ୍ନୀ । ତାଙ୍କର ମୋଟ ସମ୍ପତ୍ତି ୫୪.୦୪ କୋଟି ଟଙ୍କା ଥିବା ସେ ଘୋଷଣା କରିଛନ୍ତି। ଏଥିରେ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୫.୨୬ କୋଟି ଟଙ୍କା ଅଛି ଏବଂ ୧୨ କୋଟିରୁ ଅଧିକ ମୂଲ୍ୟର ଯାନବାହନ ସାମିଲ ।

Also Read: କଂଗ୍ରେସର ବିଦିଶା ନେଓଗଙ୍କ ପ୍ରାର୍ଥୀପତ୍ର ଖାରଜ, ହିମନ୍ତ ବିଶ୍ବଶର୍ମାଙ୍କ ବିପକ୍ଷରେ ଭରିଥିଲେ ନାମାଙ୍କନ

ମୋହିଲାରୀଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ସ୍ଥାବର ସମ୍ପତ୍ତି ମଧ୍ୟରେ ୧୨.୫୯ କୋଟି ମୂଲ୍ୟର ଯାନବାହନ ରହିଛି । ତାଙ୍କର ୨୦.୦୩ କୋଟି ମୂଲ୍ୟର ସ୍ଥାବର ସମ୍ପତ୍ତି ମଧ୍ୟରେ ଅନେକ ପ୍ଲଟ୍ ଏବଂ ବାଣିଜ୍ୟିକ କୋଠା ଅନ୍ତର୍ଭୁକ୍ତ। ସେ ତାଙ୍କ ସ୍ୱାମୀଙ୍କ ତୁଳନାରେ କମ୍ ଧନୀ । ସେ ୮ଟି ବ୍ୟାଙ୍କ ଆକାଉଣ୍ଟ ଚଳାଉଛନ୍ତି ଏବଂ ଏକ ଦାମୀ SUVର ମାଲିକ ।

ସେପଟେ ସମ୍ପତ୍ତି ତାଲିକାକୁ ଦେଖିଲେ ମୋହିଲାରୀଙ୍କ ଅପେକ୍ଷା ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF)ର ମୁଖ୍ୟ ୭୦ ବର୍ଷୀୟ ମହମ୍ମଦ ବଦରୁଦ୍ଦିନ୍ ଅଜମଲ ବହୁ ଆଗରେ ରହିଛନ୍ତି । ପରଫ୍ୟୁମ୍ ବ୍ୟାରନ୍ ବଦରୁଦ୍ଦିନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨୨.୩୪ କୋଟି । ତାଙ୍କର ଆଠଟି ବ୍ୟାଙ୍କ ଆକାଉଣ୍ଟରେ ନଗଦ ଟଙ୍କା ରହିଛି । ତାଙ୍କ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୬ଟି ଗାଡ଼ି ରହିଛି । ତାଙ୍କ ପତ୍ନୀ ରିଜୱାନା ବଦରୁଦ୍ଦିନ ଅଜମଲଙ୍କ ପାଖରେ ତିନୋଟି ଗାଡ଼ି ଅଛି। ଗାଡ଼ିଗୁଡ଼ିକର ମୂଲ୍ୟ ୩ କୋଟିରୁ ଅଧିକ ।

Scroll to Top