ଗିରଫ ହେଲେ ଲାଞ୍ଚୁଆ ଅଡିଟର, ବିନା ଲାଞ୍ଚ ଧରୁନଥିଲେ ଫାଇଲ

ଗିରଫ-ହେଲେ-ଲାଞ୍ଚୁଆ-ଅଡିଟର,-ବିନା-ଲାଞ୍ଚ-ଧରୁନଥିଲେ-ଫାଇଲ

ଗିରଫ ହେଲେ ଲାଞ୍ଚୁଆ ଅଡିଟର, ବିନା ଲାଞ୍ଚ ଧରୁନଥିଲେ ଫାଇଲ

Published By: Chikun – Prameya-News7 Bureau | March 24, 2026 11:27 PM

NEWS7

Vigilance

ଭୁବନେଶ୍ବର: ଗିରଫ ହେଲେ ଲାଞ୍ଚୁଆ ଅଡିଟର ଅମ୍ବିକା ପ୍ରସାଦ ରଥ ଗିରଫ। ମଙ୍ଗଳବାର ଶିକ୍ଷା ବିଭାଗ ରିଜିଓନାଲ ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ପୂର୍ବରୁ ତାଙ୍କୁ ୪ ହାଜର ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଏହା ପରେ ତାଙ୍କ ଘର ଏବଂ ଅଫିସରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍।

ସୂଚନାଥାଉକି, ଶିକ୍ଷା ବିଭାଗ ଅଡିଟର ଅମ୍ବିକା ପ୍ରସାଦ ରଥ ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ଡିଗ୍ରୀ କଲେଜର ସର୍ଭିସ ଭେରିଫିକେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଅମ୍ବିକାଙ୍କୁ ଧରିଥିଲା ଭିଜିଲାନ୍ସ। ଯାହା ପରେ ତାଙ୍କ ଘର ଏବଂ ଅଫିସ୍ରେ ରେଡ୍ କରିଥିଲା ଭିଜିଲାନ୍ସ। ଏହି ରେଡରୁ ଅଡିଟରଙ୍କ ଅଫିସ ଡ୍ରୟରରୁ ୧ ଲକ୍ଷ ୨୮ ହଜାର ଜବତ ହୋଇଥିବା ବେଳେ, ଘରୁ ୨୭ ଲକ୍ଷ ୪୨ ହଜାର ଟଙ୍କା ମିଳିଛି।

Scroll to Top