Asha Bhosle Death: ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

asha-bhosle-death:-ଆରପାରିରେ-କିମ୍ବଦନ୍ତୀ-ଗାୟିକା-ଆଶା-ଭୋସଲେ,-ସଙ୍ଗୀତ-ଜଗତରେ-ଗୋଟିଏ-ଯୁଗର-ଅବସାନ

ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି। ଗତକାଲି ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Published By: Simran – Prameya-News7 Bureau | April 12, 2026 01:00 PM

NEWS7

asha bhosle

ମୁମ୍ଵାଇ ୧୨।୦୪; ‘କ୍ୱିନ୍ ଅଫ୍ ମେଲୋଡିଜ୍’ ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ପ୍ରାୟ ସାତ ଦଶନ୍ଧି ଧରି ସିନେମା ଜଗତରେ ନିଜର ସୁମଧୁର କଣ୍ଠର ଯାଦୁରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଏହି କଣ୍ଠଶିଳ୍ପୀଙ୍କୁ ଗତକାଲି ଅର୍ଥାତ୍ ଶନିବାର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସା ସେବା ୟୁନିଟରେ ଚିକିତ୍ସାଧୀନ ଥିଲେ। ବିଶ୍ୱବ୍ୟାପୀ ପ୍ରଶଂସକମାନେ ସେମାନଙ୍କ ପ୍ରାର୍ଥନା କରୁଥିଲେ କି ସେ ଯଥାଶୀଘ୍ର ସୁସ୍ଥ ହୋଇଯାଆନ୍ତୁ କିନ୍ତୁ, ରବିବାର ଦିନ ଅର୍ଥାତ୍ ଆଜି ସିଙ୍ଗର ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି।

Also Read-ଆଶା ଭୋସଲେ ଅସୁସ୍ଥ, ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

Scroll to Top