ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ, ସିସିଟିଭି ନଜରରେ ରହିବ ପୁରା ଅଞ୍ଚଳ
ଆସନ୍ତା ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିପାଇଁ ରଥଖଳା ପ୍ରସ୍ତୁତ କରାଯାଉଛି।
Published By: Kirti – Prameya-News7 Bureau | April 12, 2026 12:48 PM
NEWS7
ପୁରୀ ୧୨।୦୪ : ଆସନ୍ତା ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିପାଇଁ ରଥଖଳା ପ୍ରସ୍ତୁତ କରାଯାଉଛି। ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ରଥଖଳା। ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଏଥିପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।




