ଶତାବ୍ଦୀର ସବୁଠୁ ଭୟଙ୍କର ସୂର୍ଯ୍ୟ ପରାଗ, ଅଗଷ୍ଟ ଏହି ତାରିଖରେ ଲୁଚିଯିବେ ସୂର୍ଯ୍ୟ, ଦିନରେ ଘୋଟି ଆସିବ ଅନ୍ଧାର

ଶତାବ୍ଦୀର-ସବୁଠୁ-ଭୟଙ୍କର-ସୂର୍ଯ୍ୟ-ପରାଗ,-ଅଗଷ୍ଟ-ଏହି-ତାରିଖରେ-ଲୁଚିଯିବେ-ସୂର୍ଯ୍ୟ,-ଦିନରେ-ଘୋଟି-ଆସିବ-ଅନ୍ଧାର

ନୂଆଦିଲ୍ଲୀ,୭|୦୬:ଆକାଶରେ ଘଟିବ ଭୟଙ୍କର ଘଟଣା । ଶତାବ୍ଦୀର ବିରଳ ଦୃଶ୍ୟର ସାକ୍ଷୀ ରହିବେ କୋଟି କୋଟି ଲୋକ । ହଜିଯିବେ ସୂର୍ଯ୍ୟ । ଅନ୍ଧାର ହୋଇଯିବ ସାରା ବିଶ୍ୱ । କିଛି ଏପରି ଘଟିବ ଆଉ କିଛି ଦିନ ପରେ । ଯାହାକୁ ନେଇ ଜ୍ୟୋତିର୍ବିଜ୍ଞାନୀ ମାନେ ବି ଦେଇଛନ୍ତି ମତ । ୬ ମିନିଟରୁ ଅଧିକ ସମୟ ଧରି ସୂର୍ଯ୍ୟଙ୍କୁ ଖୋଜିଲେବି କେହି ପାଇବେନି ।

ରିପୋର୍ଟ ଅନୁସାରେ, ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମହାଜାଗତିକ ଘଟଣା ଦେଖିବାକୁ ଜ୍ୟୋତିର୍ବିଜ୍ଞାନୀ ପ୍ରସ୍ତୁତ ହେଉଛନ୍ତି । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହେବ । ଯାହାକୁ ଶତାବ୍ଦୀର ସୂର୍ଯ୍ୟଗ୍ରହଣ ଭାବେ ନାମିତ କରାଯାଇଛି । ଦିନରେ ଆକାଶ ପ୍ରାୟ ୬ ମିନିଟ୍ ୨୩ ସେକେଣ୍ଡ୍ ପାଇଁ ଅନ୍ଧାର ହୋଇଯିବ । ଏହି ସମୟରେ ଜହ୍ନ ସୂର୍ଯ୍ୟଙ୍କୁ ପୁରା ଲୁଡେଇ ଦେବେ । ସ୍ପେନ୍, ମରକ୍କୋ, ମିଶର ଏବଂ ସାଉଦି ଭଳି ଦେଶରେ ଏହି ଦୃଶ୍ୟ ଦେଖିହେବ ।

Also Read :- ଏକା ଇଂଲଣ୍ଡ ଯିବେନି ବୈଭବ ସୂର୍ଯ୍ୟବଂଶୀ, ସାଥିରେ ଯିବେ ବାପା ଏବଂ ମାଆ… BCCI କାହିଁକି ଦେଲା ନିର୍ଦ୍ଦେଶ ?

ନାସା ଅନୁସାରେ, ୨୦୨୭ ଅଗଷ୍ଟ ୨ ତାରିଖରେ ଏହି ସୂର୍ଯ୍ୟପରାଗ ହେବ । ଦୀର୍ଘ ସମୟ ଧରି ପରାଗ ଦେଖିବାକୁ ମିଳିବ । ୧୯୯୧ରେ ଶେଷ ଥର ପାଇଁ ଏପରି ଘଟଣା ଦେଖିବାକୁ ମିଳିଥିଲା । ପରେ ଏହା ୨୧୧୪ ମସିହାରେ ହିଁ ଦେଖାଯିବ । ଯାହାକୁ ବହୁତ ବର୍ଷ ବାକି ରହିଛି ।

କାହିଁକି ଅଧିକ ସମୟ ଧରି ହୋଇଥାଏ ସୂର୍ଯ୍ୟ ପରାଗ ?

ସୂର୍ଯ୍ୟ ପରାଗ ସେହି ସମୟରେ ହୋଇଥାଏ ଯେତେବେଳେ ଜହ୍ନ ସୂର୍ଯ୍ୟ ଏବଂ ପୃଥିବୀ ପଝିରେ ରହିଯାଏ । ଫଳରେ ଜହ୍ନର ଛାଇ ପୃଥିବୀ ଉପରେ ପଡେ । କିନ୍ତୁ ସଦାବେଳେ ସମାନ ଅବଧିର ପରାଗ ହୋଇନଥାଏ । କେତେବେଳେ ଏହା ଆଂଶିକ ହୋଇଥାଏ । ଆଉ କେତେବେଳେ ପୂର୍ଣ୍ଣ ପରାଗ ହୋଇଥାଏ । ଏହା ପଛର କାରଣ ହେଉଛି ଜହ୍ନ ଏବଂ ପୃଥିବୀ ମଧ୍ୟରେ ଥିବା ଦୂରତା । ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥିବା ଦୂରତା ମଧ୍ୟ ଏହି ଘଟଣାକୁ ପ୍ରଭାବିତ କରିଥାଏ ।

ବୈଜ୍ଞାନିକଙ୍କ ଅନୁସାରେ, ୨୦୨୭ ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସୂର୍ଯ୍ୟ ପରାଗ ବେଳେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା ଖୁବ୍ କମ୍ ହେବ । ସେହି ସମୟରେ ପୃଥିବୀ ସୂର୍ଯ୍ୟଠାରୁ ସର୍ବାଧିକ ଦୂରତାରେ ଥିବ । ଏହା ଏକ ବିଶେଷ ସ୍ଥିତି ଅଟେ । ତେଣୁ ସୂର୍ଯ୍ୟ ମଧ୍ୟ ଖୁବ୍ ଛୋଟ ଦେଖାଯିବେ । ଚନ୍ଦ୍ର ନିକଟରେ ଥିବାକୁ ବଡ ଦେଖାଯିବ । ଫଳରେ ଆକାଶରେ ଦୁର୍ଲଭ ସ୍ଥିତି ଦେଖିବାକୁ ମିଳିବ । ସୂର୍ଯ୍ୟ ପରାଗର ସମୟ ମଧ୍ୟ ଅସ୍ୱାଭାବିକ ଭାବେ ଅଧିକ ରହିବ ।

ଭାରତରେ ଦେଖାଯିବ କି ?

୨୦୨୭ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଘଟଣା ସ୍ପେନ୍ ଓ ଆଟାଲାଣ୍ଟିକ୍ ମହାସାଗର ଉପର ଆକାଶରୁ ଆରମ୍ଭ ହେବ । ସ୍ପେନର ଦକ୍ଷିଣ ପ୍ରାନ୍ତରେ ଏହା ପ୍ରଥମେ ଦେଖିବାକୁ ମିଳିବ । ପରେ ଆଫ୍ରିକାର ମରକ୍କୋ, ଆଲଜେରିଆ, ଲିବ୍ୟା, ମିଶର ଏବଂ ସୁଦାନ ହୋଇ ସାଉଦି ଏବଂ .ୟେମେନରେ ଦେଖାଯିବ । କିନ୍ତୁ ଭାରତ କିମ୍ବା ଭାରତୀୟ ଏହା ଦେଖିପାରିବେ ନାହିଁ । କାରଣ ଏହାର ମାର୍ଗ ଭାରତ ହୋଇ ଅତିକ୍ରମ କରିବ ନାହିଁ ।

Scroll to Top