ସୂର୍ଯ୍ୟଙ୍କ ଗୋଚର ଆଣିବ ଶୁଭଫଳ, ମେଷ-ମିଥୁନ ସମେତ ୫ ରାଶି ଜୁନ୍ରେ ରହିବେ ଟେନସନ ଫ୍ରି
Published By: Simran – Prameya-News7 Bureau | June 07, 2026 12:50 PM
NEWS7
ନୂଆଦିଲ୍ଲୀ ୦୭।୦୬; ବ୍ରହ୍ମାଣ୍ଡରେ ଘଟିବାକୁ ଯାଉଛି ଏକ ବଡ଼ ମହାସଂଯୋଗ। ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଯିଏ କି ମାନ-ସମ୍ମାନ ଏବଂ ନେତୃତ୍ୱର କାରକ ସେ ଜୁନ୍ ମାସରେ ତିନି ତିନିଥର ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସର୍ବପ୍ରଥମେ ୮ ଜୁନ୍ ୧ଟା ୩୯ ମିନିଟରେ ସୂର୍ଯ୍ୟଦେବ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ। ଏହାପରେ ୧୫ ଜୁନ୍ ଦ୍ୱିପ୍ରହର ୧୨ଟା ୫୮ ମିନିଟରେ ମିଥୁନ ରାଶିକୁ ଏବଂ ଶେଷରେ ୨୨ ଜୁନ୍ ୧୨ଟା ୩୧ ମିନିଟ୍ରେ ଆର୍ଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ଏହି ତିନୋଟି ବଡ଼ ପରିବର୍ତ୍ତନ କିଛି ରାଶି ପାଇଁ ଚିନ୍ତା ବଢ଼ାଇବାକୁ ଥିବାବେଳେ ୫ଟି ଭାଗ୍ୟଶାଳୀ ରାଶି ପାଇଁ ମାସ ସାରା ସୁବର୍ଣ୍ଣ ସୁଯୋଗ ଆଣିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା କିଏ ସେହି ୫ଟି ରାଶି ଏବଂ ସେମାନଙ୍କ ଜୀବନରେ ଏହି ସମୟରେ କ’ଣ ପ୍ରଭାବ ପଡ଼ିବ?
ମେଷ : ସୂର୍ଯ୍ୟଙ୍କ କୃପାରୁ ଏହି ରାଶିର ବ୍ୟକ୍ତିବିଶେଷ ବନ୍ଧୁମାନଙ୍କ ସହ ଉତ୍ତମ ସମୟ କାଟିବେ, ଯାହାଫଳରେ ମାନସିକ ଚିନ୍ତା ସମ୍ପୂର୍ଣ୍ଣ ଦୂର ହେବ। କୌଣସି ବିଶେଷ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଜନା ସଫଳ ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ କୌଣସି ବଡ଼ ରୋଗରୁ ରକ୍ଷା ମିଳିବ।
ମିଥୁନ : ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ରହିବ । ଖାସ୍ କରି ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ପିଲାମାନଙ୍କର ପଢ଼ାପଢ଼ିରେ ରୁଚି ବଢ଼ିବ ଏବଂ ପରୀକ୍ଷାରେ ଭଲ ନମ୍ବର ଆସିବାର ସମ୍ଭାବନା ଅଛି। ପରିବାରର ପୂର୍ଣ୍ଣ ସମର୍ଥନ ମିଳିବା ଦ୍ୱାରା ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟ ଅନୁସାରେ ସରିଯିବ ଏବଂ ବାଦ-ବିବାଦରୁ ଦୂରେଇ ରହିବେ।
ସିଂହ : ସିଂହ ରାଶି ପାଇଁ ମଧ୍ୟ ଏହି ସମୟ ଶୁଭ ରହିବ । ବାଦ-ବିବାଦରୁ ମୁକ୍ତି ମିଳିବା କାରଣରୁ ଆପଣ ପୂର୍ବ ଅପେକ୍ଷା ଅଧିକ ଖୁସି ଓ ପ୍ରସନ୍ନ ରହିବେ। କର୍ମଜୀବୀ ବ୍ୟକ୍ତିମାନେ ନିଜ ବୁଦ୍ଧିର ସଠିକ୍ ପ୍ରୟୋଗ କରି କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ହାସଲ କରିବେ। ଏହାସହ ଜୀବନସାଥୀଙ୍କ ସମସ୍ତ ଆବଶ୍ୟକତାକୁ ଆପଣ ସଠିକ୍ ସମୟରେ ପୂରଣ କରିବାରେ ସଫଳ ହେବେ।
ବିଛା : ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଏହି ସମୟ ଭଲ ରହିବ । ଯଦି ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ବା କଳହ ଚାଲିଥିଲା ତେବେ ତାହା ଏବେ ସମ୍ପୂର୍ଣ୍ଣ ଦୂର ହେବ। ଏହି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ଜଡ଼ିତ ରହିବେ, ଯାହାର ଶୁଭଫଳ ଖୁବ୍ ଶୀଘ୍ର ମିଳିବ । ସବୁଠାରୁ ବଡ଼ କଥା ହେଉଛି, ଆପଣଙ୍କ ଆୟ ବୃଦ୍ଧି ହେବାର ପ୍ରବଳ ଯୋଗ ସୃଷ୍ଟି ହେଉଛି ।
କୁମ୍ଭ : କୁମ୍ଭ ରାଶି ଜାତକର ବ୍ୟକ୍ତିବିଶେଷ ମଧ୍ୟ ଏହି ସମୟରେ ଖୁସିରେ ରହିବେ । ଅଫିସରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କୁ ମିଳିବ ଯାହାଫଳରେ କର୍ମକ୍ଷେତ୍ରରେ ଆପଣଙ୍କ କଥାକୁ ଗୁରୁତ୍ୱ ଦିଆଯିବ ଏବଂ ମାନ-ସମ୍ମାନ ବୃଦ୍ଧି ପାଇବ। ଏଥିସହିତ ଦୀର୍ଘ ଦିନରୁ ଚାଲିଆସୁଥିବା ଆର୍ଥିକ ଅଭାବ ଓ ଟଙ୍କାପଇସା ସମସ୍ୟାରୁ ସ୍ଥାୟୀ ଭାବେ ମୁକ୍ତି ମିଳିବ।




