ବଢିଲା ଗ୍ୟାସ୍ ସିଲିଣ୍ଡର ଦାମ୍ : ୨୯ ଟଙ୍କା ବୃଦ୍ଧି ପାଇ ଏବେ ଏତେ ଟଙ୍କା ଦର

ବଢିଲା-ଗ୍ୟାସ୍-ସିଲିଣ୍ଡର-ଦାମ୍-:-୨୯-ଟଙ୍କା-ବୃଦ୍ଧି-ପାଇ-ଏବେ-ଏତେ-ଟଙ୍କା-ଦର

ବଢିଲା ଗ୍ୟାସ୍ ସିଲିଣ୍ଡର ଦାମ୍ : ୨୯ ଟଙ୍କା ବୃଦ୍ଧି ପାଇ ଏବେ ଏତେ ଟଙ୍କା ଦର

ଗତ ତିନି ମାସ ଧରି ମଧ୍ୟପ୍ରାଚ୍ୟରେ ସଙ୍କଟ ଜାରି ରହିଛି । ଆମେରିକା-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବାଣିଜ୍ୟ କାରବାରକୁ ପ୍ରଭାବିତ କରିଛି । ସାରା ଦେଶରେ ଗ୍ୟାସ୍ ଏବଂ ତୈଳ ସଙ୍କଟ ଦେଖିବାକୁ ମିଳିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଯୁଦ୍ଧ ପାଇଁ ବିଭିନ୍ନ କମ୍ପାନୀ କ୍ଷତିରେ ଚାଲୁଛନ୍ତି । ତେଣୁ ସେମାନେ ଗ୍ୟାସ୍ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Published By: Ankit M – Prameya-News7 Bureau | June 07, 2026 07:45 AM

NEWS7

gas cylinder

ନୂଆଦିଲ୍ଲୀ,୭|୦୬:ରୋଷେଇ ଘରେ ମହଙ୍ଗା ମାଡ । ବଢିଲା ଗ୍ୟାସ୍ ସିଲିଣ୍ଡରର ଦାମ୍ । କେନ୍ଦ୍ର ସରକାର ଶନିବାର ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ଏଲପିଜି ସିଲିଣ୍ଡର ପିଛା ପ୍ରାୟ ୨୯ଟଙ୍କା ବୃଦ୍ଧି ପାଇଛି । ରବିବାରଠାରୁ ନୂଆ ଦର ଲାଗୁ ହେବ । ସାରା ଦେଶରେ ଖାଉଟି ନୂଆ ଦରରେ ସିଲିଣ୍ଡର କିଣିବେ ।

ଗତ ତିନି ମାସ ଧରି ମଧ୍ୟପ୍ରାଚ୍ୟରେ ସଙ୍କଟ ଜାରି ରହିଛି । ଆମେରିକା-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବାଣିଜ୍ୟ କାରବାରକୁ ପ୍ରଭାବିତ କରିଛି । ସାରା ଦେଶରେ ଗ୍ୟାସ୍ ଏବଂ ତୈଳ ସଙ୍କଟ ଦେଖିବାକୁ ମିଳିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଯୁଦ୍ଧ ପାଇଁ ବିଭିନ୍ନ କମ୍ପାନୀ କ୍ଷତିରେ ଚାଲୁଛନ୍ତି । ତେଣୁ ସେମାନେ ଗ୍ୟାସ୍ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ପିଟିଆଇ ଅନୁସାରେ, ଜୁନ୭ ତାରିଖରୁ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଁଚି ଯାଇଛି । ଏହାପୂର୍ବରୁ ମାର୍ଚ୍ଚତାରିଖରେ ଘରୋଇ ସିଲିଣ୍ଡରର ଦାମ୍ ୬୦ଟଙ୍କା ବୃଦ୍ଧି ପାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗ୍ୟାସ ତଥା ଅନ୍ୟ ଇନ୍ଧନର ଦାମ୍ ବଢିଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ୧୯କେଜି ବିଶିଷ୍ଟ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ଦାମରେ ସରକାର ବୃଦ୍ଧି କରିଥିଲେ । ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ୍ ୪୨ଟଙ୍କା ମହଙ୍ଗା ହୋଇ ୩୧୧୩ଟଙ୍କାରେ ପହଁଚିଥିଲା । କୋଲକାତାରେ ଦର ୩୨୫୫ଟଙ୍କା ହୋଇଥିଲା । ସେହିପରି ସାଧାରଣ ନାଗରିକ ବ୍ୟବହାର କରୁଥିବା କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୧୧ଟଙ୍କା ବୃଦ୍ଧି ପାଇ ୮୨୧ଟଙ୍କା ଛୁଇଁଥିଲା ।

Scroll to Top