ସିଲ୍ ହେବ ଖାନ୍ ସାରଙ୍କ କୋଚିଂ ସେଣ୍ଟର : ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ପ୍ରଶାସନର ଚେତାବନୀ

ସିଲ୍-ହେବ-ଖାନ୍-ସାରଙ୍କ-କୋଚିଂ-ସେଣ୍ଟର-:-ଅଗ୍ନି-ନିରାପତ୍ତା-ବ୍ୟବସ୍ଥା-ପାଇଁ-ପ୍ରଶାସନର-ଚେତାବନୀ

ସିଲ୍ ହେବ ଖାନ୍ ସାରଙ୍କ କୋଚିଂ ସେଣ୍ଟର : ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ପ୍ରଶାସନର ଚେତାବନୀ

ରିପୋର୍ଟ ଅନୁସାରେ, ଫୈଜଲ ଖାନ୍ ବା ଖାନ୍ ସାର୍ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଶିକ୍ଷକଙ୍କ କେଜିଏସ୍ ବା ଖାନ୍ ଗ୍ଲୋବାଲ୍ ଷ୍ଟଡିଜରେ ଫାୟାର ସେଫ୍ଟିର ଅନୁପାଳନ ହୋଇନଥିବା ସାମ୍ନାକୁ ଆସିଛି । ବିହାର ଅଗ୍ନିଶମ ସେବାର ଡିଆଇଜି ମନୋଜ କୁମାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେଜିଏସରେ ଫାୟାର ସେଫ୍ଟିକୁ ନେଇ ଅନେକ ଅନିୟମିତତା ସାମ୍ନାକୁ ଆସିଛି । ଏସବୁକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Published By: Ankit M – Prameya-News7 Bureau | June 07, 2026 08:52 AM

NEWS7

khan sir coaching

ପାଟନା,୭|୦୬: ଖାନ୍ ସାରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କୁ ଗିରଫ କରିବା ନେଇ ଆଶଙ୍କା କରାଯାଉଛି । ଶନିବାର ସେ ପାଟନା ସ୍ଥିତ ସିଭିଲ୍ କୋର୍ଟରେ ହାଜର ହୋଇଥିଲେ । ଏବେ ତାଙ୍କ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ଜଣା ପଡିଛି । ବିହାର ଅଗ୍ନିଶମ ବିଭାସିଧାସଳଖ ଖାନ୍ ଗ୍ଲୋବାଲ ଷ୍ଟଡିଜ୍ କୁ ଚେତାବନୀ ଦେଇଛି । ଯଦି ନିୟମକୁ ପାଳନ କରାନଯିବ ତେବେ ଏହାକୁ ସିଲ୍ କରାଯାଇପାରେ ।

ରିପୋର୍ଟ ଅନୁସାରେ, ଫୈଜଲ ଖାନ୍ ବା ଖାନ୍ ସାର୍ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଶିକ୍ଷକଙ୍କ କେଜିଏସ୍ ବା ଖାନ୍ ଗ୍ଲୋବାଲ୍ ଷ୍ଟଡିଜରେ ଫାୟାର ସେଫ୍ଟିର ଅନୁପାଳନ ହୋଇନଥିବା ସାମ୍ନାକୁ ଆସିଛି । ବିହାର ଅଗ୍ନିଶମ ସେବାର ଡିଆଇଜି ମନୋଜ କୁମାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେଜିଏସରେ ଫାୟାର ସେଫ୍ଟିକୁ ନେଇ ଅନେକ ଅନିୟମିତତା ସାମ୍ନାକୁ ଆସିଛି । ଏସବୁକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମନୋଜ କୁମାର ଆହୁରି କହିଛନ୍ତି ଯେ, ଯଦି ସମାଧାନ ନହୁଏ ତାହାଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କୋଚିଂ ସେଣ୍ଟର ସିଲ୍ ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ତେବେ କେଉଁ କାରଣରୁ ଏଠାରେ ଫାୟାର ସେଫ୍ଟି ସର୍ଭେ ହୋଇଛି ତାହା ଜଣା ପଡି ନାହିଁ । କିନ୍ତୁ ଗତ କିଛି ଦିନ ତଳେ ବିହାରର ମୁଜାଫରନଗର ସ୍ଥିତ ଏହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଫଳରେ ଆଇସିୟୁରେ ଥିବାଜଣ ରୋଗୀ ପ୍ରାଣ ହରାଇଥିଲେ । ଏହା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି ।

ଖାନ ସାରଙ୍କ ବିରୋଧରେ ମାମଲା

ପାଟନାରେ ଥିବା ଖାନ୍ ସାରଙ୍କ କୋଚିଂ ସଂସ୍ଥାନ ‘ଜିଏସ୍ ଗ୍ଲୋବାଲ୍ ଷ୍ଟଡିଜ୍’ (GS Global Studies) ବାହାରେ କିଛି ଦିନ ପୂର୍ବରୁ ପ୍ରବଳ ହଙ୍ଗାମା ଏବଂ ପଥର ମାଡ଼ ହୋଇଥିଲା। ଗତ ମଙ୍ଗଳବାର ରାତିରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ପରିସରରେ ପଶି ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀ (ଗାର୍ଡ) ଙ୍କ ସହ ମାଡ଼ପିଟ୍ କରାଯାଇଛି ଏବଂ ସେଠାରେ ଗୁଳିମାଡ଼ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ବୟାନରୁ ଓହରି ଯାଇଥିଲେ।

ଏହି ବିବାଦ ଭିତରେ ଅନ୍ୟ ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ଜ୍ଞାନ ବିନ୍ଦୁ କୋଚିଂ’ (Gyan Bindu Coaching) ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ଏହି ସିସିଟିଭି ଫୁଟେଜରେ ଖାନ୍ ସାରଙ୍କ ବଡିଗାର୍ଡମାନେ ଗୁଳି ଚଳାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ପାଟନା ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ।

Scroll to Top