ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ମାଗିଥିଲେ ୨୫ ହଜାର, ଲାଞ୍ଚ ଟଙ୍କା ନେବା ବେଳେ ଧରାପଡିଗଲେ

ଚାଷୀଙ୍କ-ବିଦ୍ୟୁତ-ଖୁଣ୍ଟ-ବଦଳାଇବାକୁ-ମାଗିଥିଲେ-୨୫-ହଜାର,-ଲାଞ୍ଚ-ଟଙ୍କା-ନେବା-ବେଳେ-ଧରାପଡିଗଲେ

ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ମାଗିଥିଲେ ୨୫ ହଜାର, ଲାଞ୍ଚ ଟଙ୍କା ନେବା ବେଳେ ଧରାପଡିଗଲେ

ଧରାପଡ଼ିଗଲେ ଲାଞ୍ଚୁଆ ଲାଇନ୍ ମ୍ୟାନ୍ । ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ମାଗିଥିଲେ ୨୫ ହଜାର ଟଙ୍କା । ୧୫ ହଜାର ଟଙ୍କା ନେବାବେଳେ ଧରାପଡିଗଲେ ।

Published By: Ruby – Prameya-News7 Bureau | June 06, 2026 06:16 PM

NEWS7

Vigilance Raid

ଆଠଗଡ଼ ୬।୬: ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ନେଉଥିଲେ ଲାଞ୍ଚ । ନରସିଂହପୁର TPCODL ଲାଇନ୍ ମ୍ୟାନ୍ ଲାଞ୍ଚ ନେବା ବେଳେ ଧରାପଡିଲେ । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଲାଇନ୍ ମ୍ୟାନ୍ ଜଣଙ୍କ ହେଲେ ଧର୍ମ ନିରଞ୍ଜନ ଚୌଧୁରୀ ।

କ୍ଷତିଗ୍ରସ୍ତ ବିଦ୍ୟୁତ ଖୁଣ୍ଟ ବଦଳାଇବା ପାଇଁ ମୋଟ୍ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଲାଇନ୍ ମ୍ୟାନ୍ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀ ଜଣଙ୍କ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୂର୍ବରୁ UPI କାରବାର ମାଧ୍ୟମରେ ୮ ହଜାର ଟଙ୍କା ନେଇଥିଲେ । 

ନରସିଂହପୁର TPCODL ଅଧୀନରେ ଥିବା ବୈଦ୍ୟୁତିକ ସେକ୍ସନର ଲାଇନ ମ୍ୟାନ-A ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଜଣେ ଚାଷୀଙ୍କ କୃଷି ଜମିରୁ ଏକ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି ।

Scroll to Top