ବିଜେଡିକୁ ମନ୍ତ୍ରୀଙ୍କ କଟାକ୍ଷ, କହିଲେ- ସମୟ ଆସିବ ହୋଇଯିବେ ଅଲଆଉଟ୍
Published By: Chandan – Prameya-News7 Bureau | June 05, 2026 01:12 PM
NEWS7
ଭୁବନେଶ୍ୱର: ବିଜେଡି ଏବେ ବିଲୟ ମୁହାଁ। ସମୟ ଆସିବ ବିଜେଡି ଅଲ ଆଉଟ ହୋଇଯିବେ। ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପ୍ରସ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେପି ସହ କେଉଁ ମାନେ ଯୋଗାଯୋଗରେ ଅଛନ୍ତି ବିଜେଡି ଭଲ ଭାବରେ ଜାଣିଥିବା କଟାକ୍ଷ କରିଛନ୍ତି ସୁରେଶ ପୂଜାରୀ।
ସେ କହିଛନ୍ତି କ୍ଲିନ ସ୍ୱିପ ଘଟଣା ନୂଆ ନୁହେଁ। ଦଳ ଆରମ୍ଭ ହୁଏ । ଆଉ ଦଳ ସମାପ୍ତ ମଧ୍ୟ ହୁଏ। ଭାରତରେ କେତେ ରାଜନୈତିକ ଦଳ ଜନ୍ମ ନେଇଛନ୍ତି। କେତେ ସମାପ୍ତ ମଧ୍ୟ ହୋଇଛନ୍ତି। ତାର ଗଣତି ନାହିଁ। ଓଡିଶାରେ ଏପରି ଏକ ରାଜ୍ୟ ଏଥରେ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଛି। ଆଉ ସେମାନଙ୍କ ସ୍ୱାଭାବିକ ମୃତ୍ୟୁ ମଧ୍ୟ ହୋଇଛି। ଏହି କ୍ରମରେ ବିଜେଡି ଦଳରୁ ଯେଉଁପରି ବରିଷ୍ଠ ନେତାମାନେ ଦଳ ଛାଡ଼ୁଛନ୍ତି, ସେଥିରୁ ଅନୁମାନ ହେଉଛି ଏ ଦଳ ବିଲୟ ମୁହାଁ ହୋଇ ସାରିଲେଣି।
ଗୋଟିଏ ପରେ ଗୋଟିଏ ଓ୍ୱିକେଟର ପତନ ଚାଲିଛି। ଗୋଟିଏ ସମୟ ଆସିବ ଏମାନେ ଅଲ ଆଉଟ ହୋଇଯିବେ। ଏ ଦଳ 25 ବର୍ଷ ଶାସନ କରିଥିଲା ଏ ଦଳ ଲୁପ୍ତ ପ୍ରାୟ ହୋଇଯିବ। ଏ ଏକ ସ୍ୱାଭାବିକ ପ୍ରକ୍ରିୟା। ବିନା ବିଚାର ଧାରାରେ କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇ ନାହିଁ। ବିଜେଡି କ୍ଷମାତା ସର୍ବସ୍ୱ ପାର୍ଟି। କ୍ଷମତା ଥିବା ଯାଏଁ ସମସ୍ତେ ଦୁରେଇ ଯିବେ ବୋଲି ସେ କହିଛନ୍ତି।




