AI ପାଇଁ ବିପଦରେ ପରିବେଶ: ପାଣିର ଅଭାବରେ ଶୁଖିଯିବ କି ପୃଥିବୀ ? ଜଳ ଓ ବିଦ୍ୟୁତ୍ ଖର୍ଚ୍ଚ ନେଇ ମିଳିତ ଜାତିସଂଘର ଚେତାବନୀ

ai-ପାଇଁ-ବିପଦରେ-ପରିବେଶ:-ପାଣିର-ଅଭାବରେ-ଶୁଖିଯିବ-କି-ପୃଥିବୀ-?-ଜଳ-ଓ-ବିଦ୍ୟୁତ୍-ଖର୍ଚ୍ଚ-ନେଇ-ମିଳିତ-ଜାତିସଂଘର-ଚେତାବନୀ

ଆଜିର ଯୁଗରେ କୃତ୍ରିମ ବୁଦ୍ଧିମତା ବା AI ଦ୍ରୁତ ଗତିରେ ବିକଶିତ ହେଉଛି। ମାତ୍ର, ଏହି ଟେକ୍ନୋଲୋଜୀ ପରିବେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଥିବା ନେଇ ମିଳିତ ଜାତିସଂଘର ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଫର୍ ୱାଟର, ଏନଭାଇରନମେଣ୍ଟ ଆଣ୍ଡ ହେଲଥ୍’ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି।

Published By: abinash – Prameya-News7 Bureau | June 04, 2026 10:33 PM

NEWS7

AI's Environmental Toll
photo credit-wione

ନୂଆଦିଲ୍ଲୀ: ଆଜିର ଯୁଗରେ କୃତ୍ରିମ ବୁଦ୍ଧିମତା ବା AI ଦ୍ରୁତ ଗତିରେ ବିକଶିତ ହେଉଛି। ମାତ୍ର, ଏହି ଟେକ୍ନୋଲୋଜୀ ପରିବେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଥିବା ନେଇ ମିଳିତ ଜାତିସଂଘର ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଫର୍ ୱାଟର, ଏନଭାଇରନମେଣ୍ଟ ଆଣ୍ଡ ହେଲଥ୍’ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ AI ଡାଟା ସେଣ୍ଟରଗୁଡ଼ିକ ପ୍ରାୟ ୯.୩ ଟ୍ରିଲିୟନ ଲିଟର ପାଣି ବ୍ୟବହାର କରିଛନ୍ତି। ଏହି ପରିମାଣର ଜଳ ପୃଥିବୀର ସମସ୍ତ ୮.୧ ବିଲିୟନ ଲୋକଙ୍କ ପାଇଁ ଦେଢ଼ ବର୍ଷରୁ ଅଧିକ ସମୟ ଧରି ପାନୀୟ ଜଳର ଆବଶ୍ୟକତା ପୂରଣ କରିପାରି ଥାଆନ୍ତା। ଡାଟା ସେଣ୍ଟରଗୁଡ଼ିକ ୨୪ ଘଣ୍ଟିଆ ଚାଲୁ ରହୁଥିବାରୁ ସେଗୁଡ଼ିକୁ ଥଣ୍ଡା ରଖିବା ପାଇଁ ପ୍ରଚୁର ଜଳ ଆବଶ୍ୟକ ହେଉଛି।

ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ମଧ୍ୟ ସ୍ଥିତି ଗମ୍ଭୀର। ୨୦୩୦ ସୁଦ୍ଧା AI କାର୍ଯ୍ୟକ୍ଷମ ହେବା ପାଇଁ ବିଶ୍ୱର ମୋଟ ବିଦ୍ୟୁତ୍ ଚାହିଦାର ପ୍ରାୟ ୩ ପ୍ରତିଶତ ଆବଶ୍ୟକ ହେବ। ଏହାଛଡ଼ା, ପ୍ରତିବର୍ଷ ଏଥିରୁ ସୃଷ୍ଟି ହେଉଥିବା ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ୨୫୦ଟି ଆଇଫିଲ୍ ଟାୱାର ସହିତ ସମାନ ହେବ। ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଟ୍‌ଜିପିଟି (ChatGPT) ଭଳି ଏକ AI ମଡେଲକୁ ତାଲିମ ଦେବା ପାଇଁ ୧୦୦ ଗିଗାୱାଟ-ଘଣ୍ଟା ବିଦ୍ୟୁତ୍, ଏକ ବିଲିୟନ ଲିଟର ଜଳ ଏବଂ ୨୧୫ ଫୁଟବଲ ପଡ଼ିଆ ସଦୃଶ ଜମିର ଆବଶ୍ୟକତା ରହିଛି।

Also Read- ଭାରତର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ପାଇଁ ଇଞ୍ଜିନ ତିଆରି କରିବ ରୋଲ୍ସ ରୟସ: ସମ୍ପୂର୍ଣ୍ଣ IP ରାଇଟ୍ସ ପ୍ରସ୍ତାବ ଦେଲା କମ୍ପାନୀ

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, AI-ଜେନେରେଟେଡ୍ ଭିଡିଓ। ଗୋଟିଏ ହାଇ-ରିଜୋଲ୍ୟୁସନ୍ ଭିଡିଓ କ୍ଲିପ୍ ପାଇଁ ୪୧୫ ୱାଟ-ଘଣ୍ଟା ବିଦ୍ୟୁତ୍ ଆବଶ୍ୟକ ହେଉଛି, ଯାହା ଶହ ଶହ AI ଫଟୋ ତୁଳନାରେ ବହୁଗୁଣ ଅଧିକ। ଏହି ସମସ୍ୟାର ସମାଧାନ ପାଇଁ ନବୀକରଣଯୋଗ୍ୟ ଶକ୍ତି (renewable energy) ବ୍ୟବହାର କଲେ ମଧ୍ୟ ଅନ୍ୟ ସମସ୍ୟା ଦେଖାଦେଉଛି; କୋଇଲାରୁ ବାୟୋଏନର୍ଜିକୁ ଗଲେ କାର୍ବନ ନିର୍ଗମନ କମୁଥିଲେ ମଧ୍ୟ ଜଳ ଓ ଭୂମିର ବ୍ୟବହାର ଯଥାକ୍ରମେ ୩୦ ଓ ୧୦୦ ଗୁଣ ବଢ଼ିଯାଉଛି।

ବିଶେଷଜ୍ଞମାନଙ୍କ ମତରେ, AIର ବ୍ୟବହାର ସମୟରେ ଅଧିକ ସଚେତନତା ଜରୁରୀ। ଛୋଟ ପଦକ୍ଷେପ ଯେପରିକି ଚାଟବଟ୍‌ରେ ସଂକ୍ଷିପ୍ତ ଉତ୍ତର ମାଧ୍ୟମରେ ବିଦ୍ୟୁତ୍ ସଞ୍ଚୟ କରାଯାଇପାରିବ। ପ୍ରଯୁକ୍ତିବିଦ୍ୟାର ବିକାଶ ଓ ପରିବେଶ ସନ୍ତୁଳନ ମଧ୍ୟରେ ଏକ ସୁସ୍ଥ ସମନ୍ୱୟ ରକ୍ଷା କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଚାଲେଞ୍ଜ।

Scroll to Top