ପରମ୍ପରା ନାଁରେ ୭୦୦ରୁ ଅଧିକ ହ୍ୱେଲ୍ ଏବଂ ଡଲଫିନଙ୍କୁ ନିର୍ମମ ହତ୍ୟା, ଲାଲ୍ ହୋଇଗଲା ସମୁଦ୍ର ପାଣି

ପରମ୍ପରା-ନାଁରେ-୭୦୦ରୁ-ଅଧିକ-ହ୍ୱେଲ୍-ଏବଂ-ଡଲଫିନଙ୍କୁ-ନିର୍ମମ-ହତ୍ୟା,-ଲାଲ୍-ହୋଇଗଲା-ସମୁଦ୍ର-ପାଣି

ପରମ୍ପରା ନାଁରେ ୭୦୦ରୁ ଅଧିକ ହ୍ୱେଲ୍ ଏବଂ ଡଲଫିନଙ୍କୁ ନିର୍ମମ ହତ୍ୟା, ଲାଲ୍ ହୋଇଗଲା ସମୁଦ୍ର ପାଣି

ଫାରୋ ଦ୍ୱୀପପୁଞ୍ଜ ନିକଟରେ ବାର୍ଷିକ ‘ଗ୍ରିଣ୍ଡାଡ୍ରାପ୍’ ବା ‘ଗ୍ରିଣ୍ଡ’ ନାମକ ପରମ୍ପରା ଆଳରେ ୭୦୦ରୁ ଅଧିକ ହ୍ୱେଲ୍ ଏବଂ ଡଲଫିନଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ରକ୍ତର ମାତ୍ରା ଏତେ ଅଧିକ ଥିଲା ଯେ ସମୁଦ୍ରର ରଙ୍ଗ ନାଲି ହୋଇଯାଇଛି ।

Published By: Ajit – Prameya-News7 Bureau | June 04, 2026 10:39 PM

NEWS7

wheel

ନୂଆଦିଲ୍ଲୀ:  ‘ଗ୍ରିଣ୍ଡାଡ୍ରାପ୍’ ବା ‘ଗ୍ରିଣ୍ଡ’ ନାମକ ପରମ୍ପରା ଆଳରେ ଫାରୋ ଦ୍ୱୀପପୁଞ୍ଜ ନିକଟରେ ୭୦୦ରୁ ଅଧିକ ହ୍ୱେଲ୍ ଏବଂ ଡଲଫିନଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ରକ୍ତର ମାତ୍ରା ଏତେ ଅଧିକ ଥିଲା ଯେ ସମୁଦ୍ରର ରଙ୍ଗ ଲାଲ୍ ହୋଇଯାଇଛି । ସ୍ଥାନୀୟ ଲୋକମାନେ ହୁକ୍ ଏବଂ ଛୁରୀ ବ୍ୟବହାର କରି ଆଟଲାଣ୍ଟିକ୍ ହ୍ୱାଇଟ୍-ସେଡେଡ୍ ବିଶିଷ୍ଟ ଡଲ୍‌ଫିନ୍ ଏବଂ ଲଙ୍ଗ-ଫିନଡ୍ ପାଇଲଟ୍ ହ୍ୱେଲଗୁଡ଼ିକୁ ଅଗଭୀର ସମୁଦ୍ର କୂଳକୁ ଆଣିଥିଲେ । ପିଲାମାନଙ୍କ ସମେତ ଅନେକ ଦର୍ଶକ କୂଳରେ ଛିଡ଼ା ହୋଇ ଏହି ନିର୍ମମ ହତ୍ୟାକାଣ୍ଡକୁ ଦେଖୁଥିଲେ ।

ହତ୍ୟା ପରେ ଡଲଫିଲ୍ ଏବଂ ହ୍ୱେଲର ଶରୀରକୁ ଗଦା କରାଯାଇ ଲୋକଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଆଯାଇଥିଲା । ବିଶ୍ୱ ପରିବେଶ କର୍ମୀ ସଂଗଠନ ‘ସି ସେଫର୍ଡ’ ଅନୁଯାୟୀ, ସ୍କଟଲ୍ୟାଣ୍ଡର ମାତ୍ର ୨୦୦ ମାଇଲ୍ ଉତ୍ତରରେ ତିନୋଟି ପର୍ଯ୍ୟାୟରେ ଏହି ଶିକାର ହୋଇଥିଲା । ଟୋର୍ସହାଭନରେ ୪୦୨ଟି ପାଇଲଟ୍ ହ୍ୱେଲ୍ ଏବଂ ୪ଟି ବଟଲନୋଜ୍ ଡଲଫିନ୍, ସ୍କାଲାବୋଟନୁରରେ ୧୬୮ଟି ହ୍ୱାଇଟ୍-ସାଇଡେଡ୍ ଡଲଫିନ୍ ଏବଂ ହ୍ୱାଲଭିକରେ ୧୩୨ଟି ହ୍ୱାଇଟ୍-ସାଇଡେଡ୍ ଡଲଫିନ୍ ହତ୍ୟା କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଶିକାରୀମାନେ ସାମୁଦ୍ରିକ ଜୀବମାନଙ୍କୁ ହତ୍ୟା କରିବା ପାଇଁ ଅନେକ ସମୟ ନେଇଥିଲେ, ଯେଉଁଥି ପାଇଁ ସେମାନେ ଦୀର୍ଘ ସମୟ ଧରି ଯନ୍ତ୍ରଣା ଅନୁଭବ କରିଥିଲେ । ଏନଜିଓ ପକ୍ଷରୁ କୁହାଯାଇଛି ଯେ, ଏହି ହତ୍ୟାକାଣ୍ଡ ଗତ ବର୍ଷ ହୋଇଥିବା ସମସ୍ତ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ହତ୍ୟାର ଦୁଇ-ତୃତୀୟାଂଶରୁ ଅଧିକ । ସି ସେଫର୍ଡର ଫାରୋ ଦ୍ୱୀପପୁଞ୍ଜ ଅଭିଯାନ ନିର୍ଦ୍ଦେଶକ ଭାଲେଣ୍ଟିନା କ୍ରାଷ୍ଟ କହିଛନ୍ତି ଯେ, ଏହି ନିରୀହ ପ୍ରାଣୀମାନଙ୍କୁ ଦିଆଯାଇଥିବା ଅତ୍ୟଧିକ ଯନ୍ତ୍ରଣାକୁ କେହି କେବେ ଯଥାର୍ଥ ବୋଲି କହିପାରିବେ ନାହିଁ । ସେ ଏହି ବାର୍ଷିକ ହତ୍ୟାକାଣ୍ଡକୁ ବ୍ୟାନ କରିବା ପାଇଁ ୟୁରୋପର ସରକାରମାନଙ୍କୁ ଅନୁରୋଧ କରିଛନ୍ତି ।

ଭାଇକିଙ୍ଗ୍ ଯୁଗର ପରମ୍ପରା

ଏହି ସାମୁଦ୍ରିକ ସ୍ତନ୍ୟପାୟୀଙ୍କ ଗଣ-ହତ୍ୟା ସପକ୍ଷରେ ଥିବା ଲୋକମାନେ ୧୦୦୦ ବର୍ଷର ପୁରୁଣା ଭାଇକିଙ୍ଗ୍ ଯୁଗର ପରମ୍ପରାକୁ ଉଲ୍ଲେଖ କରୁଛନ୍ତି । ପଶୁ ଅଧିକାର କର୍ମୀମାନେ ଏହାକୁ ଏକ ବର୍ବର ଏବଂ ପୁରୁଣା ପରମ୍ପରା ବୋଲି କହି ବିରୋଧ କରୁଛନ୍ତି । ତେବେ ଡେନମାର୍କର ଫାରୋ ଷ୍ଟେଟ୍ ଏହି ପରମ୍ପରାକୁ ସମର୍ଥନ କରି କହିଛି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପରମ୍ପପରା ଯାହା ସମ୍ପ୍ରଦାୟ ପାଇଁ ଖାଦ୍ୟ ଯୋଗାଇଥାଏ । ‘ଓସେନ୍ କେୟାର’ ଅନୁଯାୟୀ, ଏହି ହତ୍ୟାକାଣ୍ଡର ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୬ ମେ ଦିନ ଫାରୋ ସଂସଦ ପଶୁ କଲ୍ୟାଣ ଆଇନରେ ପରିବର୍ତ୍ତନ କରି ଶିକାର କରାଯାଉଥିବା ଡଲଫିନମାନଙ୍କୁ ସୁରକ୍ଷା ବଳୟରୁ ବାହାର କରିଦେଇଥିଲେ ।

Scroll to Top